banner
Breaking

ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତ

0

ଭୁବନେଶ୍ୱର:- ପଟିଆ ମେନ୍ ରୋଡସ୍ଥିତ ଆରକନ୍ ଆପାର୍ଟମେଣ୍ଟ ନିକଟରେ ସ୍ୱତନ୍ତ୍ର ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଏକ୍ସକ୍ଲୁସିଭ ଆଉଟଲେଟ ଖୋଲିଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ୱାର୍ଡ ନଂ-୬ କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ୱାର୍ଡ ନଂ-୨ କର୍ପୋରେଟର ଶ୍ରୀମତୀ ମୋନାଲିସା ବେହେରା, ୱାର୍ଡ ନଂ-୩ କର୍ପୋରେଟର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପରିଡ଼ା, ୱାର୍ଡ ନଂ-୧ କର୍ପୋରେଟର ଶ୍ରୀ ମିହିର କୁମାର ରାଉତ, ସକ୍ସେସର ଏମ ଡି ଶ୍ରୀ ରଜନୀଶ ସେଠିଆ, ଭୁବନେଶ୍ୱର ଫ୍ରାଞ୍ଚାଇଜ଼ ପାର୍ଟନର ଶ୍ରୀ ରୂପେଶ ଧମେଜାଙ୍କ ଉପସ୍ଥିତିରେ ଏହି ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟ୍ ଉଦ୍ଘାଟିତ ହୋଇଥିଲା ।
ଏହି ଅବସରରେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି, ଯେ ଭୁବନେଶ୍ୱରରେ ସକ୍ସେସର ନୂଆ ଆଉଟଲେଟ୍ ଖୋଲିଥିବାରୁ ରୂପେଶ ଧମେଜାଙ୍କୁ ଅନେକ ଅଭିନନ୍ଦନ ଏବଂ ମୋର ଶୁଭେଚ୍ଛା । ମୁଁ ଜାଣିବାକୁ ପାଇଲି ଯେ ଏହା ସମଗ୍ର ଭାରତରେ ସକ୍ସେସ ବ୍ରାଣ୍ଡର ସର୍ବବୃହତ ଷ୍ଟୋର । ଏହା ଭୁବନେଶ୍ୱର ବଜାରର ମହତ୍ତ୍ୱକୁ ଦର୍ଶାଉଛି । ବର୍ତ୍ତମାନ ଭୁବନେଶ୍ୱର ଭାରତର ସବୁଠାରୁ ଦ୍ରୁତ ବିକାଶଶୀଳ ସହର ମଧ୍ୟରୁ ଅନ୍ୟତମ । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ ଭୁବନେଶ୍ୱର ଉପରେ ଫୋକସ କରୁଥିବା ଦେଖି ଖୁସି ଲାଗୁଛି ।
ଏହି ଅବସରରେ ଭୁବନେଶ୍ୱର (ଉତ୍ତର)ର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଯୋଗଦେଇ କହିଲେ, ସହରର ଉତ୍ତର ଭାଗ ଦ୍ରୁତ ଗତିରେ ବିସ୍ତାର ହେଉଥିବାରୁ ଅଧିକରୁ ଅଧିକ ବ୍ରାଣ୍ଡ ଏଠାରେ ନିଜର ଆଉଟଲେଟ୍ ଖୋଲୁଛନ୍ତି । \’ସକ୍ସେସ\’ର ଏତେ ବଡ଼ ସ୍ୱତନ୍ତ୍ର ଆଉଟଲେଟ୍ ଦେଖି ଖୁସି ଲାଗୁଛି । ମୁଁ ସକ୍ସେସର ପୂରା ଟିମର ସଫଳତା କାମନା କରୁଛି ।
ଏହି ଅବସରରେ ଷ୍ଟୋର ଖୋଲିବା ସମ୍ପର୍କରେ ସକ୍ସେସର ଏମଡି ଶ୍ରୀ ରଜନୀଶ ସେଠିଆ କହିଛନ୍ତି ଯେ, ଆମ ପାଖରେ ୨୦ରୁ ଅଧିକ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟଲେଟ୍‌, ୩୭୫ରୁ ଅଧିକ ମଲ୍ଟି ବ୍ରାଣ୍ଡ୍ ଆଉଟଲେଟ୍ ଏବଂ ୪୫ଟି ସପ ଇନ ସପ ଫର୍ମାଟ୍ ଷ୍ଟୋର୍ ରହିଛି । ଏହି ଆଉଟଲେଟ୍ ହେଉଛି ଭାରତରେ ଆମର ସବୁଠାରୁ ବଡ଼ ଆଉଟଲେଟ୍ । ଭୁବନେଶ୍ୱର ଓଡ଼ିଶା ଆମ ପାଇଁ ଏକ ପ୍ରମୁଖ ବଜାର । ପୂର୍ବରୁ ଓଡ଼ିଶାରେ ୫ଟି ଷ୍ଟୋର ଅଛି ଏବଂ ଖୁବଶୀଘ୍ର କଟକ, ବ୍ରହ୍ମପୁର, ରାଉରକେଲା, ତାଳଚେର, ପୁରୀ, ଜଟଣୀ, ସମ୍ବଲପୁର, ବଲାଙ୍ଗୀର ପରି ଅନ୍ୟ ସହରରେ ବିସ୍ତାର ପାଇଁ ଯୋଜନା କରୁଛି ।
ଆମେ ଭାରତର ସବୁଠାରୁ ବିଶ୍ୱସ୍ତ ମେନସୱେର ବ୍ରାଣ୍ଡ ହେବାକୁ ଚାହୁଁଛୁ ଏବଂ ଆମର ଖୁସି ଗ୍ରାହକମାନଙ୍କ ପ୍ରତି ଜ୍ଞାପନ କରୁଛୁ ଯେଉଁମାନେ ଏହି ଜରିଆରେ ସର୍ବୋତ୍ତମ ସେବା ପାଇପାରିବେ । ଯେଉଁମାନଙ୍କର ଫ୍ୟାସନ ଚାହିଦା ଏକ ଦଶନ୍ଧିରୁ ଅଧିକ ସମୟ ଧରି ପୂରଣ ହେବ । ସମଗ୍ର ଭାରତରେ ଅଧିକ ରିଟେଲ ଚେନ୍ ଷ୍ଟୋରକୁ ଯିବା ଏବଂ ସାରା ଭାରତରେ ଆମର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ବୃଦ୍ଧି କରିବା ଆମର ଲକ୍ଷ୍ୟ । ଉତ୍ପାଦନ କ୍ଷେତ୍ରରେ ଆମେ ଉତ୍ପାଦର ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛୁ ଯାହାଦ୍ୱାରା ଆମେ ଅନ୍ୟ ଅନ୍ତର୍ଜାତୀୟ ବ୍ରାଣ୍ଡ ସହିତ ସମକକ୍ଷ ହୋଇପାରିବା ବୋଲି ଶ୍ରୀ ସେଠିଆ କହିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ଫ୍ରାଞ୍ଚାଇଜ୍ ପାର୍ଟନର ଶ୍ରୀ ରୁପେଶ ଧମେଜା କହିଛନ୍ତି ଯେ ଆମର ଉତ୍କଳ ଗ୍ୟାଲେରିଆ, ଡିଏନ୍ ରେଗାଲିଆ ଏବଂ ଜନପଥରେ ସକ୍ସେସ୍ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ଅଛି । ଆମର ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ଅତ୍ୟଧିକ ସମର୍ଥନ ପାଇଁ କୃତଜ୍ଞ । ୪ ମହଲା ବିଶିଷ୍ଟ ଏହି ଷ୍ଟୋର ହେଉଛି ସକ୍ସେସର ସର୍ବ ବୃହତ ଷ୍ଟୋର । ଏହିପରି ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ସ୍ୱତନ୍ତ୍ର ଆଉଟଲେଟ୍ ଆପଣଙ୍କୁ ସୁଟ୍‌, ବ୍ଲେଜର, ଜ୍ୟାକେଟ୍‌, କୋଟ୍‌, କୁର୍ତ୍ତା, ପାଇଜାମା, ସାର୍ଟ, ଟ୍ରାଉଜର ଏବଂ ଡେନିମ୍ ସହିତ କାଜୁଆଲ୍ ଏବଂ ପାର୍ଟି-ଡ୍ରେସ୍ ସେଗମେଣ୍ଟ୍ ଭଳି ଏକ ପୁରୁଷର ସମ୍ପୂର୍ଣ୍ଣ ଆସେସୋରିଜ ଉପଲବ୍ଧ କରାଇବା ପ୍ରଦାନ କରିବ । ଆପଣ ଗ୍ରାଉଣ୍ଡ ଫ୍ଲୋରରେ ଫରମାଲ କଲେକ୍ସନ୍‌, ପ୍ରଥମ ମହଲାରେ କାଜୁଆଲ୍ କଲେକ୍ସନ୍ ଏବଂ ୨ୟ ମହଲାରେ ଏଥନିକ୍ କଲେକ୍ସନ୍ ପାଇବେ । ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି ଅନେକ ଆକର୍ଷଣୀୟ ଅଫର ରଖିବାର ଯୋଜନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.