banner
Breaking

ମେ ପହିଲାରୁ ବଢ଼ିବ ଦୁଗ୍ଧ ଜାତ ଦ୍ରବ୍ଯ ଦର

0

କଟକ : ଆସନ୍ତା ମେ ପହିଲାରୁ ଦୁଗ୍ଧ ଜାତ ଦ୍ରବ୍ୟ ଛେନା, ପନିର୍‌ ଓ ଖୁଆର ମୂଲ୍ୟ ମହଙ୍ଗା ହେବ। କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଓମ୍‌ଫେଡ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହେବା ସହ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ମଧ୍ୟ ବଢ଼ିଛି। ସେ ନେଇ କଟକ ଜିଲ ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟ ସଙ୍ଘ ଏଭଳି ନିଷ୍ପତ୍ତି ନେଇଛି । ବର୍ଦ୍ଧିତ ଦାମ ଅନୁସାରେ ଛେନାର ଦର କିଲୋ ପିଛା ୨୦ ଟଙ୍କା ବଢ଼ି ୧୯୫ ଟଙ୍କା ହୋଇଛି।
ସେହିପରି ପନିର କିଲୋ ପିଛା ୩୦ ଟଙ୍କା ବଢ଼ି ୨୫୫ ଟଙ୍କା ହେବା ସହିତ କଞ୍ଚା ଖୁଆ କିଲୋ ପିଛା ୬୦ ଟଙ୍କା ବଢ଼ି ୩୨୦ ଟଙ୍କା ହୋଇଛି। ଏ ନେଇ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା କହିଛନ୍ତି। କଟକରୁ ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁର ରେଢ଼ାଖୋଲ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଉଥିବା ସ୍ଥାନ ଗୁଡ଼ିକରେ ଏହି ଅନୁପାତରେ ଦର ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.