banner
Breaking

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳାର ଚତୁର୍ଥ ଦିବସ

0

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍‌ର ମେଳା । ଆଜି ଥିଲା ମେଳାର ଚତୁର୍ଥ ଦିବସ । ଗତ ୩ ଦିନ ଧରି ସଫଳତା ହାସଲ କରିଛି ଏହି ମେଳା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ବୁଲିବାକୁ ଆସୁଛନ୍ତି । ଚତୁର୍ଥ ଦିବସରେ ଇଭୋସ୍ ବିଲ୍ଡକନ୍ ପ୍ରା. ଲିଃର ଚେୟାରମ୍ୟାନ କେ. କେ. ରଥ, ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରାହ୍ମାନନ୍ଦ ମେହେର ଯୋଗଦେଇ ଓଡ଼ିଶାରେ ହସ୍ତତନ୍ତ ନେଇ ସେମାନଙ୍କର ଦୃଷ୍ଟିକୋଣ ବାଣ୍ଟିଛନ୍ତି । ସେମାନେ ମଧ୍ୟ ଓଡ଼ିଶାରେ ସେମାନଙ୍କ ସଂଗଠନ ଦ୍ୱାରା ସମର୍ôଥତ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ବୁଣାକାର ଏବଂ ପାରମ୍ପରିକ କାରୀଗରମାନେ ସେମାନଙ୍କ ଡ଼ିଜାଇନରଙ୍କ ସାହାଯ୍ୟରେ ସେମାନଙ୍କ କମ୍ପାନୀ ପାଇଁ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି କରୁଛନ୍ତି । ଏହି ଅଧିବେଶନକୁ ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.ର ସଦସ୍ୟ ପ୍ରସନ୍ନା ପତି ପରିଚାଳନା କରିଥିଲେ । ଏଥିରେ ୯ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଇଣ୍ଟର ସ୍କୁଲ ନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ସେମାନଙ୍କର ପ୍ରଦର୍ଶନ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଛାତ୍ରଛାତ୍ରୀଙ୍କ ପିତାମାତା ଏବଂ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଟରସ୍କୁଲ ଏବଂ ଇଣ୍ଟର କଲେଜ ନୃତ୍ୟ ପ୍ରତିଯୋଗିତାରେ ବିଜେତାମାନଙ୍କୁ ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.ର ଆବାହକ ସୁକିର୍ତ୍ତି ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ ଏବଂ ଇଭୋସ୍‌ର ଚେୟାରମ୍ୟାନ୍ କେ.କେ. ରଥ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୨୫ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୧୫ ହଜାର ଟଙ୍କା ବିଜେତା ଦଳମାନଙ୍କୁ ପ୍ରଦାନ କରାଯାଇଥିଲା । ଆଜି ମେଳାର ମୁଖ୍ୟ ଆକର୍ଷଣ ଥିଲା ଫ୍ୟାଶନ ଶୋ । ଦକ୍ଷ ଡ଼ିଜାଇନ ଷ୍ଟୁଡ଼ିଓର ଡ଼ିଜାଇନର୍ ଡ଼ି. ଶିବଶ୍ରୀ, ଇଭୋଲଭର ଶିପ୍ରା ଗୁପ୍ତା, ଓଡ଼ିଶୀ ହ୍ୟାଣ୍ଡଲୁମ୍‌ର ଶାଶ୍ୱତୀ ମହାପାତ୍ର, ବିଭାବରୀର ସୌମ୍ୟ ଏବଂ ଜ୍ୟୋତ୍ସ୍ନା ଜୁଏଲାରୀର ସୁସମା ଇପାରୀ ସେମାନଙ୍କର ନୂତନ ଡ଼ିଜାଇନ୍ ଏବଂ ହ୍ୟାଣ୍ଡଲୁମ୍ ପୋଷାକ ପ୍ରଦର୍ଶନ କରିଥିଲେ । ମା’ ଏବଂ ପିଲାମାନଙ୍କ ପାଇଁ ଡ଼ିଜାଇନର୍ ସୁକ୍ରି ଗୁପ୍ତାଙ୍କ ସଂଗ୍ରହ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା । ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପରିବାରକୁ ହସ ଆଣିଥିଲା । ମେଳାରେ ଆଇ.ଏନ୍‌.ଆଇ.ଏଫ୍‌.ଡ଼ି. ଫ୍ୟାଶନ୍ ପ୍ରତିଷ୍ଠାନ ସେମାନଙ୍କ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କର ପୋଷାକ ଉପସ୍ଥାପନ କରିଥିଲେ । ସମସ୍ତ ଫ୍ୟାଶନ୍ ସୋ ଡ଼ିଜାଇନରେ ଅଭିନବତା, ବ୍ୟବହାରରେ ବିବିଧତା ଏବଂ ପରମ୍ପରା ହ୍ୟାଣ୍ଡଲୁମ୍ ସହିତ ଆଧୁନିକ ଆସେସୋରିଜ୍‌ର ଏକୀକରଣ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଭିନ୍ନ କ୍ଷ୍ୟାତି ସଂପନ୍ନ ଡ଼ାଜାଇନର୍ ସେମାନଙ୍କର ଡ଼ିଜାଇନ୍ ଅଭିଜ୍ଞତା ଏବଂ ଓଡ଼ିଶାରେ ଡ଼ିଜାଇନର୍ ଇକୋସିଷ୍ଟମର ଭବିଷ୍ୟତ ଉପରେ ମତାମତ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ୍ ଶକ୍ତି ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତୃଣମୂଳ ସ୍ତରରେ ବହୁ ମହିଳା ଉଦ୍ୟୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଥିବାରୁ ସୁକିର୍ତ୍ତି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ସୁକିର୍ତ୍ତି ପଟ୍ଟନାୟକ ହ୍ୟାଣ୍ଡଲୁମ୍ ଜୀବନଶୈଳୀ ଉତ୍ପାଦରେ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି ମେଳା ଦ୍ୱାରା ଡ଼ିଜାଇନର୍‌ମାନଙ୍କୁ ଆଗକୁ ରାସ୍ତା ଦେଖାଇବ ବୋଲି ସେ କହିଥିଲେ । ତନୟା ପଟ୍ଟନାୟକ ସୁକିର୍ତ୍ତିଙ୍କ ମତକୁ ସହମତ କରି କହିଛନ୍ତି ଯେ ଏହି ଜଗତୀକରଣ ଜଗତରେ ଆମର ପରମ୍ପରାର ଆଧୁନିକୀକରଣ ହେଉଛି ଏକମାତ୍ର ମାର୍ଗ, ଯେଉଁଠାରେ ଆମର ଉତ୍ପାଦର ମୂଲ୍ୟ ପ୍ରସ୍ତାବ ଅନନ୍ୟ ଅଟେ । ମେଳା ସମସ୍ତଙ୍କ ପାଇଁ ଆଖି ଖୋଲିଛି । ଆମର ଉତ୍ପାଦ ପାଇଁ ଏକ ସର୍ବଭାରତୀୟ ପ୍ରଶଂସା ଅଛି ।

Khansweb Solution Bhubaneswar

Leave A Reply

Your email address will not be published.