banner
Breaking

ଡିସେମ୍ବର ୧ରୁ ବଦଳିବ ଏଟିଏମ ନିୟମ।

0

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି। ବ୍ୟାଙ୍କ ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବାର୍ଡ ପ୍ରେରଣ କରିବା ପରେ ଗ୍ରାହକଙ୍କର ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଏହି ନୂତନ ବ୍ୟବସ୍ଥା ବଳରେ ନିଜର ଧନ ଓ ଜୀବନ ସୁରକ୍ଷା ହୋଇପାରିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂତନ ନିୟମ ଅନୁଯାୟୀ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଆସୁଥିବା ଓଟିପି ଦେବାକୁ ପଡିବ। ଏହି ନିୟମ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଉଠାଣ ଉପରେ ଲାଗୁ ହେବ। ଏ ନେଇ ବ୍ୟାଙ୍କ ପକ୍ଷରୁ ଶନିବାର ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.