banner
Breaking

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର

0

ଭୁବନେଶ୍ୱର : ପାର୍ବଣ ଅବସରରେ କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଛି “ଖୁସିୟୋଁ କା ତ୍ୟୋହାର” । ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ଶାସ୍ୱତ ଯୋଶୀ ଏହାକୁ ଉନ୍ମୋଚନ କରିଛନ୍ତି । ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି “ଖୁସିୟୋଁ କା ତ୍ୟୋହାର” ଆସନ୍ତା ମାସ ୨୮ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ କିଣାକିଣି ଉପରେ ମିଳିବ ସ୍ୱତନ୍ତ୍ର ଅଫର । ସବୁଠାରୁ ବଡ଼ କଥା ହେଲା ଏହି ମଲ୍‌ରେ ୨୯୯୯ ଟଙ୍କାରୁ ଉର୍ଦ୍ଧ୍ୱ କ୍ରୟ ଉପରେ ଏକ ଲକି କୁପନ୍ ଦିଆଯାଉଛି । ଏହି ସ୍ୱତନ୍ତ୍ର ଅଫର୍ ସମୟରେ ଗ୍ରାହକଙ୍କ ଅଧିକ କିଣା ଉପରେ ଅଧିକ କୁପନ ମିଳିବା ସହ ଅଧିକ ପୁରସ୍କାର ଜିତିବାର ସୁଯୋଗ ରହିଛି । ଶେଷ ଦିନ ଅକ୍ଟୋବର ୨୮ରେ ଲକି ଡ୍ର କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯିବ । ବିଜେତାଙ୍କୁ ସ୍କୁଟି, ଫ୍ରିଜ୍‌, ୱାସିଂ ମେସିନ, ଏଲଇଡ଼ି ଟିଭି, ଇଣ୍ଡକ୍ସନ ଚୁଲା, ଆଇରନ, ମାଇକ୍ରୋଓଭନ୍ ଏବଂ ସୁନା ମୁଦ୍ରା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଚ୍‌.ଡ଼ି.ଏଫ୍‌.ସି. ବ୍ୟାଙ୍କ, ଓଡ଼ିଶାର ଜୋନାଲ ମ୍ୟାନେଜର ଶ୍ରୀ ଦୀପକ ସିଂହ, ଅରୁନ୍ଧତି ମୋଟର ବାଇକ୍ସର ସିନିୟର ସେଲସ୍ ମ୍ୟାନେଜର ଶ୍ରୀ ସତ୍ୟବ୍ରତ ମହାନ୍ତି, ଜେ ଓ ଟି ଜେମ୍‌ସ ଓ ଜୁଏଲାରୀର ନିର୍ଦ୍ଦେଶକ ଶ୍ରୀମତୀ ମଧୁଶ୍ରୀ ଚୌଧୁରୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ କ୍ରିଷ୍ଣେନ୍ଦୁ ପଣ୍ଡିତ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ଅରୁନ୍ଧତି ମୋଟରବାଇକ୍ସ ଏବଂ ଜେ ଆଣ୍ଡ ଟି ଜେମ୍ସ ଜୁଏଲାରୀ ସହଯୋଗ କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.