banner
Breaking

ନକଲି ଔଷଧ ବ୍ୟବସାୟୀଙ୍କ ପ୍ରତି କଠୋର ହେଲା ୟୁସିଡିଏ

0

ଭୁବନେଶ୍ୱର : ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ୟୁନିଟ ୪ ସ୍ଥିତ ଅଟଳ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଏକ ନେସନ ଏକ ଟ୍ୟାକ୍ସ ଆଧାରରେ ଯେ କୌଣସି ବ୍ୟବସାୟୀ ଜିଏସ୍‌ଟି ଭରି ଯେକୌଣସି ସ୍ଥାନରୁ ଯେକୌଣସି ଜିନିଷ କିଣିପାରିବେ । କିନ୍ତୁ କିଛି ଅସାଧୁ ମୁନାଫାଖୋର ବ୍ୟବସାୟୀ ଏହାର ସୁଯୋଗ ନେଇ ବିଭିନ୍ନ ସ୍ଥାନରୁ ନକଲି ଔଷଧ ଆମଦାନୀ କରି ବିକ୍ରି କରିବା ଆରମ୍ଭ କଲେ । କମ୍ପାନୀ ପଞ୍ଜିକୃତ ବ୍ୟବସାୟୀଙ୍କୁ ଆମ ସଂଘ ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତଦାରଖ କରିବା ସମ୍ଭବ । କିନ୍ତୁ ଅଣ ପଞ୍ଜିକୃତ ବ୍ୟବସାୟୀଙ୍କ ହିସାବ ରଖିବା ସମ୍ଭବ ନୁହେଁ । କାରଣ ସଂଘ ଅଗୋଚରରେ ସେମାନେ ତାଙ୍କ କଳା ସାମ୍ରାଜ୍ୟ ବିଛାଇଛନ୍ତି । ଏହି ଖବର ଆମ ନଜରକୁ ଆସିବା ପରେ ତୁରନ୍ତ ଆମେ ତାଙ୍କୁ ଆମ ସଂଘ ସଭ୍ୟପଦରୁ ବରଖାସ୍ତ କରିଛୁ । ଭେଷଜ ବିଭାଗକୁ ସହଯୋଗ କରି ବଜାରରୁ ସମସ୍ତ ନକଲି ଔଷଧ ଫେରସ୍ତ ଦେବା ସହିତ ସମସ୍ତ ତଥ୍ୟ ଯୋଗାଇ ଦେଇଛୁ । ଯଦିଓ ଅନ୍‌ଲାଇନ ଔଷଧ ବ୍ୟବସାୟ ନିୟମାନୁଯାୟୀ ବୈଧ ନୁହେଁ ତଥାପି ଅନେକ କମ୍ପାନୀ ଏହାକୁ ଗଣମାଧ୍ୟମରେ ରିହାତି ଦରରେ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ସରକାର ସେଥିପ୍ରତି ବିମୁଖ । ନିଜର ବ୍ୟବସାୟ ପ୍ରତିଷ୍ଠାନ ବଞ୍ଚାଇ ରଖିବା ପାଇଁ ସମସ୍ତେ ରିହାତି ଦରରେ ଔଷଧ କିଣିବା ପାଇଁ ଚେଷ୍ଟିତ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ନାମୀଦାମୀ କମ୍ପାନୀର ପ୍ୟାକିଂ ବ୍ୟବହାର କରି ରିହାତି ଦରରେ ନକଲି ଔଷଧ ବିକ୍ରି କରୁଛନ୍ତି । ଆମ ସଭ୍ୟ ବିଲ୍‌ରେ ଔଷଧ କିଣିଛନ୍ତି ଏବଂ ବିଲ୍‌ରେ ବିକ୍ରି କରୁଛନ୍ତି । ସେମାନେ ଜାଣିବାର ଅବକାଶ ନାହିଁ ଏହା ଅସଲି କିମ୍ବା ନକଲି । ଭେଷଜ ବିଭାଗରେ ଥିବା ଅଫିସ୍‌ର କିମ୍ବା କର୍ମଚାରୀ ମଧ୍ୟ ସେତିକି ନାହାଁନ୍ତି ଯିଏକି ପୁଙ୍ଖାନୁପୁଙ୍ଖ ତର୍ଜମା କରିପାରିବେ । ଏହାର ସୁଯୋଗ ସେମାନେ ନେଉଛନ୍ତି । କମ୍ପାନୀ ପଞ୍ଜିକୃତ ପାଇକାରୀ ବ୍ୟବସାୟୀ କେବଳ କମ୍ପାନୀଠାରୁ ଔଷଧ କିଣିବାର ନିୟମ ଥିବାବେଳେ ଅଧିକ ଲାଭ ଆଶାରେ ଯେଉଁ ପଞ୍ଜିକୃତ ବ୍ୟବସାୟୀ ଅସାଧୁ ବ୍ୟବସାୟୀଙ୍କ ଠାରୁ ଔଷଧ କିଣୁଛନ୍ତି ସଂଘ ତାହାକୁ ତୀବ୍ର ନିନ୍ଦା କରିବା ସହିତ ପଞ୍ଜିକୃତକୁ କମ୍ପାନୀକୁ ଜଣାଇ ବରଖାସ୍ତ କରାଯିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ପି. ସତ୍ୟନାରାୟଣ, ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଅଜୟ ଗୋୟଙ୍କା ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.