banner
Breaking

କିଟ୍ ରୋଡରେ ଖୋଲିଲା ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା

0

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ଅଞ୍ଚଳସ୍ଥ କିଟ୍ ଛକରେ ‘ ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା ଉଦଘାଟିତ ହୋଇଯାଇଛି। ଏହାକୁ କାଦମ୍ବିନୀର ସଂପାଦିକା ଡ଼ ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ବିଙ୍ଗଓ୍ବେଲର ଏହି ନିଆରା ଶୈଳୀର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଚର୍ମ ଏବଂ କେଶ ବିଶେଷଜ୍ଞ ଡ଼ ଐଶ୍ବର୍ଯ୍ୟା ବେଦି ଯୋଗଦେଇ ଚର୍ମ ସୁରକ୍ଷିତ ରହିଲେ ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଥାଏ ଏବଂ କେମିକାଲସ୍ ଠାରୁ ଯଥା ସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘ ବିଙ୍ଗଓ୍ବେଲ’ର ପ୍ରତିଷ୍ଠାତ୍ରୀ ବିଜୟଲକ୍ଷ୍ମୀ ରାଉତ କହିଛନ୍ତି ବର୍ତ୍ତମାନ ସମୟରେ ରାଜଧାନୀ ଯୁବପିଢୀଙ୍କର ସାଲୁନ ଓ ସ୍ପା ପ୍ରତି ଅଧିକ ଗୁଚି ରହିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ସେମାନଙ୍କୁ ସମସ୍ତ ସୁବିଧା ମିଳିପାରୁନି। ଯୁବପିଢୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଙ୍ଗଓ୍ବେଲ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବ । ଏଠାରେ ସମସ୍ତ ପ୍ରକାରର ଚର୍ମ,କେଶ ଓ ଶରୀର ସମ୍ବନ୍ଧୀୟ ସମସ୍ୟାର ସର୍ଭିସ ପାଇପାରିବେ । ଏହା ସହ ସମସ୍ତ ପ୍ରକାରର ସାଲୁନ ଓ ସ୍ପାର ସର୍ଭିସ ରହିଛି । ସବୁଠାରୁ ବଡ଼ କଥା ହେଲା ଗ୍ରାହକଙ୍କୁ ଏଠାରେ କେବଳ ସର୍ଭିସ୍ ମିଳିବ ତାହା ନୁହେଁ ସେମାନଙ୍କୁ ଉପଯୁକ୍ତ ଟ୍ରେନି° ମଧ୍ୟ ଦିଆଯିବ । ଯେଉଁମାନେ ଚାହିଁବେ ଏଠାରେ ୯୦ ଓ ୧୬୦ ଦିନର ଟ୍ରେନିଂ ନେଇପାରିବେ । ଟ୍ରେନିଂ ଶେଷ ହେବାପରେ ସେମାନଙ୍କୁ ସାର୍ଟିଫିକେଟ ସହ ବିଭିନ୍ନ କମ୍ପାନୀରେ ଚାକିରୀ ସୁଯୋଗ ସହ ବେତନ ମିଳିବ । ସ୍ବଳ୍ପ ମୂଲ୍ୟରେ ଏହିସବୁ ସୁବିଧା ଏଠାରେ ଉପଲବ୍ଧ ହେବ । ୨୦ ଜଣ ଦକ୍ଷ ଟ୍ରେନର ଗ୍ରାହକଙ୍କୁ ଟ୍ରେନି° ସହ ସର୍ଭିସ୍ ଯୋଗାଇ ଦେବେ । ଏହା ପ୍ରଥମ ଶାଖା ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସହରମାନଙ୍କରେ ଶାଖା ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରତିଷ୍ଠାତା ହେମଲତା ପାଢୀ ଉପସ୍ଥିତ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.