banner
Breaking

ଚନ୍ଦ୍ରଶେଖରପୁର ଠାରେ ଖୋଲିଲା ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌ସ୍ ଆଉ ଏକ ନୂଆ ଶୋ’ରୁମ୍‌

0

ଭୁବନେଶ୍ୱର : ଦେଶର ଅନ୍ୟତମ ବୃହତ୍ତମ ସୁନା ଓ ହୀରା ଗହଣା ବ୍ୟବସାୟୀ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌ସ୍‌୨୮ ମେ’ ୨୦୨୨ ଦିନ ଚନ୍ଦ୍ରଶେଖରପୁରଠାରେ ନିଜର ନୂଆ ଶୋ’ରୁମ୍‌ର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର, ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଷ୍ଟୋର୍‌ର ଶୁଭାରମ୍ଭ କରିଥିଲେ । ଏହି ଷ୍ଟୋର୍ ନିଜର ଉଦ୍‌ଘାଟନୀ ସମାରୋହ ପାଳନ ଅବସରରେ ରାଜ୍ୟର ସମୃଦ୍ଧ ପରମ୍ପରାକୁ ଦର୍ଶାଉଥିବା ଅତ୍ୟାଧୁନିକ ଗହଣା ସମ୍ଭାରର ପ୍ରଦର୍ଶନୀ କରିଛି ।
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ନିକଟରେ ୬୫୦୦ବର୍ଗଫୁଟ୍ ବ୍ୟାପ୍ତ ଏହି ନୂତନ ଷ୍ଟୋର୍ ସର୍ବାଧିକ ଡିଜାଇନ୍ ଭେରାଇଟି ଉପରେ ୪.୯%ରୁ ଆରମ୍ଭ କରି ଯଥୋଚିତ ଗଢ଼ାମଜୁରି ସହିତ ଉଚିତ ମୂଲ୍ୟରେ ଗହଣା ଉପଲବ୍ଧ କରାଉଛନ୍ତି । ବ୍ରାଣ୍ଡ୍ ପକ୍ଷରୁ ସୁନା କ୍ରୟ ଯୋଜନା “ଗୋଲ୍ଡେନ୍ ବ୍ଲୁମ୍‌”ଏବଂ ‘ଗୋଲ୍ଡେନ୍ ଗ୍ଲୋ’ ମଧ୍ୟ ଆରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକଙ୍କୁ ଗଢ଼ା ମଜୁରି ନ ଦେଇ ଏବଂ ସୁନା ମୂଲ୍ୟ ବୃଦ୍ଧିରୁ ସୁରକ୍ଷିତ କରି ତାଙ୍କ ମନପସନ୍ଦର ଡିଜାଇନ୍ କ୍ରୟ କରିବାର ସୁଯୋଗ ପ୍ରଦାନ କରୁଛି ।
ଏହି ନୂଆ ଷ୍ଟୋର୍ ସୁନା, ହୀରା ଏବଂ ମୂଲ୍ୟବାନ୍ ରତ୍ନପଥର ସମ୍ବଳିତ ଗହଣାର ବିଶାଳ ସମ୍ଭାର ନେଇ ଆସିଛନ୍ତି, ତନ୍ମଧ୍ୟରେ ମନୋରମ କୁନ୍ଦନ ଏବଂ ରାଜକୀୟ ପ୍ରାଚୀନ ଡିଜାଇନ ରହିଛି । ପ୍ରତ୍ୟେକ ଗହଣା ଜଟିଳ କାରିଗରିରେ ଭବ୍ୟ ଏବଂ ସ୍ୱତନ୍ତ୍ର ଡିଜାଇନ୍‌ରେ ସମୃଦ୍ଧ । ଏକ ସ୍ୱତନ୍ତ୍ର ବ୍ରାଇଡାଲ୍ ସେକ୍ସନ୍‌ରେ ଭାବି ବଧୂମାନଙ୍କ ପାଇଁ ମନମୁଗ୍ଧକର ଗହଣା ସମ୍ଭାର ରହିଛି । ପାରମ୍ପରିକ ଗହଣା ଯେମିତିକି ସୁନାରେ ଜଟିଳ ଏବଂ ପାରମ୍ପରିକ ଚିତ୍ର ସମ୍ବଳିତ ସଖା ପୋଲା ଚୁଡ଼ି ମଧ୍ୟ ଏଠାରେ ଉପଲବ୍ଧ । ଏହା ସହିତ ପ୍ରତି ଅବସର ପାଇଁ ବିଶାଳ ଶ୍ରେଣୀର ଅତ୍ୟାଧୁନିକ ଡିଜାଇନ ଏହି ଷ୍ଟୋର୍‌ରେ ସ୍ୱତନ୍ତ୍ର ଡିଜାଇନର ଗହଣା ମାଲାବାର ଗୋଲ୍ଡ୍ ଆଣ୍ଡ୍ ଡାଏମଣ୍ଡ୍‌୍‌ସ୍‌ର ଉପ-ବ୍ରାଣ୍ଡ୍ ଯଥା – ଏରା, ପ୍ରେସିଆ, ଏଥନିକ୍ସ ଏବଂ ଆହୁରି ଅନେକ ରହିଛି । ଏହି ବ୍ରାଣ୍ଡ ନିଜର ସର୍ବାଧୁନିକ ଗହଣା ସମ୍ଭାର ବିରାଜ ରାୟାଲ୍ ପୋଲ୍‌କି ଜୁଏଲରୀ, ଏଲାରା ଡାଏମଣ୍ଡ କଲେକ୍ସନ, ଜୌଲ ଲାଇଫ୍‌୍ ଷ୍ଟାଇଲ୍ ଜୁଏଲରୀ ଇତ୍ୟାଦି ବିସ୍ତୃତ ଭେରାଇଟିର ବିକଳ୍ପ ନିଜର ଗ୍ରାହକଙ୍କୁ ପ୍ରଦାନ କରୁଛି ।
ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ କହିଲେ “ଓଡ଼ିଶାର ଚନ୍ଦ୍ରଶେଖରପୁରଠାରେ ଆମର ନୂତନ ଷ୍ଟୋର୍ ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉଲ୍ଲସିତ, ଆମେ ଆମର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଅଧିକ ପହଞ୍ଚରେ ରହିବାକୁ ଲକ୍ଷ୍ୟ ରଖିଛୁ । ଏହି ଷ୍ଟୋର୍ ଗ୍ରାହକମାନଙ୍କୁ ଏକ ବିଶ୍ୱସ୍ତରୀୟ କିଣାକିଣିର ଅନୁଭବ, ଉନ୍ନତତର କାରିଗରୀ ଏବଂ ପ୍ରତି ଅବସର ପାଇଁ ଗ୍ରହଣୀୟ ଡିଜାଇନ୍‌ର ବିସ୍ତୃତ ଭେରାଇଟି ପ୍ରଦାନ କରିବ ।”
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌୍‌ସ୍ ଟଙ୍କାର ଶ୍ରେଷ୍ଠ ମୂଲ୍ୟ ଏବଂ ସ୍ୱଚ୍ଛତା ପ୍ରଦାନ କରିବା ନିମନ୍ତେ ସ୍ତର ନିର୍ଦ୍ଧାରଣ ପାଇଁ ନିଜର ପ୍ରତିବଦ୍ଧତା ସ୍ୱରୂପ ନିଜର ଗ୍ରାହକମାନଙ୍କୁ ୧୦ଟି ପ୍ରତିଶ୍ରୁତି ପ୍ରଦାନ କରୁଛି । ମାଲାବାର୍ ପ୍ରତିଶ୍ରୁତିରେ ସ୍ୱଚ୍ଛ ମୂଲ୍ୟାଙ୍କନ ପତ୍ର ଯେଉଁଥିରେ ପଥରର ଓଜନ, ମୋଟ୍ ଓଜନ ଏବଂ ଗହଣାରେ ପଥର ବାବଦ ଦେୟ, ଗହଣାର ନିଶ୍ଚିତ ଆଜୀବନ ରକ୍ଷଣାବେକ୍ଷଣ, ସୁନାର ସୁଦ୍ଧତା ପ୍ରମାଣନ ପାଇଁ ଶତ ପ୍ରତିଶତ ବିଆଇଏସ୍ ହଲ୍ ମାର୍କିଂ, ଆଇଜିଆଇ ଓ ଜିଆଇଏ ପ୍ରମାଣିତ ହୀରାରେ ନିଶ୍ଚିତ ୨୮ ବିନ୍ଦୁର ବିଶ୍ୱ ସ୍ତରୀୟ ଗୁଣବତ୍ତା ପରଖ, ପୁନଃକ୍ରୟର ଗ୍ୟାରେଣ୍ଟି, ଦାୟିତ୍ୱପୂର୍ଣ୍ଣ ଉତ୍ସରୁ ସଂଗୃହିତ ଏବଂ ଯଥୋଚିତ ଶ୍ରମ ମୂଲ୍ୟ ପ୍ରଦାନ ଇତ୍ୟାଦି ରହିଛି ।
୧୦ଟି ଦେଶରେ ୨୮୦ରୁ ଊର୍ଦ୍ଧ୍ୱ ଷ୍ଟୋରର ରିଟେଲ୍ ନେଟ୍‌ୱର୍କ ଥିବା ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌ସ୍ ବଜାରରେ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି । ଗ୍ରୁପ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ସ୍ୱରୂପ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌ସ୍ ନିଜର ଚନ୍ଦ୍ରଶେଖରପୁର ଶୋ’ରୁମ୍‌ରୁ ପ୍ରାପ୍ତ ଲାଭାଂଶର ୫% ବିଭିନ୍ନ ଏହି ଅଞ୍ଚଳରେ ଦାତବ୍ୟ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ଆବଣ୍ଟନ କରିବ ।

Khansweb Solution Bhubaneswar

Leave A Reply

Your email address will not be published.