banner
Breaking

ନବୀକୃତ ସକାରାତ୍ମକତା ସହ ତନିଷ୍କ ଆଣିଲା ଅକ୍ଷୟ ତୃତୀୟା ଉତ୍ସବ

0

ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରଚଳିତ ବିଭିନ୍ନ ସଂସ୍କୃତି ସହ ସୁନାର ସଂଶ୍ଳିଷ୍ଟତା ରହିଛି ଏବଂ ଏହା ଶୁଭ, ଭବ୍ୟତା ଓ ପବିତ୍ରତାର ଏକ ପ୍ରତୀକ । ଉଭୟ ଅଳଙ୍କରଣ ଏବଂ ନିବେଶ ଦୃଷ୍ଟିରୁ ସୁନାର ସମାନ ଆକର୍ଷଣ ରହିଛି । ଅକ୍ଷୟ ତୃତୀୟାର ଶୁଭ ଅବସରରେ ଟାଟା ହାଉସ୍ ତରଫରୁ ଭାରତର ସବୁଠୁ ଭରସାଯୋଗ୍ୟ ଅଳଙ୍କାର ବ୍ରାଣ୍ଡ ତନିଷ୍କ ଆମ ‘ହାତ’ର ମହତ୍ତ୍ୱରେ ଥିବା ବିଶ୍ୱାସକୁ ପୁନଃସ୍ଥାପିତ କରିଛି, ଯାହା ସୃଷ୍ଟି, ପ୍ରେମ, ପୋଷଣ ଓ ଆଶୀର୍ବାଦ ଦେବା ପାଇଁ କ୍ଷମତା ରଖିଛି ।

ବର୍ତ୍ତମାନକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ନିର୍ମାଣ ପାଇଁ ‘ହାତ’ର କ୍ଷମତା ରହିଛି । ବିପୁଳ ଆବେଗର ବ୍ୟାଖ୍ୟାନ ଓ ଯୋଗାଣ ଲାଗି ସେମାନଙ୍କର ସାମର୍ଥ୍ୟ ରହିଛି । ଏଥିରେ ଅନୁଗ୍ରହର ସ୍ପର୍ଶ, ଅନୁଭବର ପ୍ରତିଫଳନ ଓ ଭାଗୀଦାରିତାକୁ ପରିସ୍ଫୁଟ କରିବାର ଶକ୍ତି ବି ଅନ୍ତର୍ନିହିତ ରହିଛି । ଏହା ହେଉଛି ‘ହାତ’, ଯାହା କି ବିଭିନ୍ନ ପରମ୍ପରାରେ ପ୍ରତିଟି ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

ଚୁଡ଼ିକୁ ନେଇ କ୍ରମବର୍ଦ୍ଧିଷ୍ଣୁ ଧାରାକୁ ଦୃଷ୍ଟିରେ ରଖି ଓ ଆମ ‘ହାତ’ ଦ୍ୱାରା ସଂଘଟିତ ଶୁଭକାର୍ଯ୍ୟର ଉତ୍ସବ ମନାଇବାକୁ, ତନିଷ୍କ ଭେଟିଦେଉଛି ‘କଲାଇ’, ଯେଉଁଥିରେ ୧୮ରୁ ୨୨ କ୍ୟାରେଟ୍ ସୁନା ପ୍ରସ୍ତୁତ ବ୍ୟାପକ ଡିଜାଇନ ଓ ଶିଳ୍ପ କୌଶଳ ସାମିଲ ରହିଛି । ଡିଜାଇନ ପ୍ରେରଣାର ବ୍ୟାପକ ସ୍ପେକ୍ଟ୍ରମ୍ ବିଭିନ୍ନ ପରମ୍ପରାରୁ ହାସଲ ହୋଇଛି, ଯେଉଁଥିରେ ଘେରୁ ଫିନିଶ ଦକ୍ଷିଣ ଶୈଳୀର ଚୁଡ଼ି, ପାରମ୍ପରିକ କାରିଗରିର ଆକର୍ଷଣ ସହିତ ପ୍ରାଚୀନ ଚୁଡ଼ି ଯଥା ଷ୍ଟାମ୍ପୱାର୍କ ଓ ଏନାମେଲିଙ୍ଗ, ଚନ୍ଦ୍ର ଆକାରର ତତ୍ତ୍ୱ ଓ ଫୁଲ, ଐତିହ୍ୟ ବାସ୍ତୁଶିଳ୍ପ ଗମ୍ବୁଜ, ପର୍ଲ ବାଉନ୍ସିଂ ସହ ଷ୍ଟେଟମେଣ୍ଟ ପିସ୍ ଏବଂ ରାଜସ୍ଥାନର ଭବ୍ୟତାକୁ ଦର୍ଶାଉଥିବା ଲିଖିତ ସିଟ୍‌, ଏନାମେଲ୍ ପିରୋଇ ଭଳି କାରିଗରିର ଏକ ସୁନ୍ଦର ମିଶ୍ରଣ ରହିଛି । ଏହି ଉତ୍ସବ ଋତୁରେ ଶୁଭ ମୁହୂର୍ତ୍ତର ଆନନ୍ଦ ଉଠାଇବା ପାଇଁ ତନିଷ୍କ ଯେ କୌଣସି ସୁନା ଅଳଙ୍କାର ଉପରେ ଗ୍ରାମ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହି ଅଫର ୨୦୨୨ ଏପ୍ରିଲ ୨୩ରୁ ମେ ୪ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ।

ତନିଷ୍କ ଦ୍ୱାରା କରାଯାଇଥିବା ଏକ ଗ୍ରାହକ ଗବେଷଣା ଅନୁସାରେ, ସୁନା ମୂଲ୍ୟରେ ବୃଦ୍ଧି ଯୋଗୁ ଏହି ଉତ୍ସବ ଋତୁରେ ସୁନା କିଣା ଉତ୍ସାହ କମିବା ସମ୍ଭାବନା ନାହିଁ, କାରଣ ଅଧିକାଂଶ ଉପଭୋକ୍ତା ସୁନା ମୂଲ୍ୟରେ ବୃଦ୍ଧି ସତ୍ତ୍ୱେ ନିଜ ଆଗ୍ରହକୁ ପରିବ୍ୟକ୍ତ କରିଛନ୍ତି । ସୁନାର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଯାଇ ତନିଷ୍କ ଇତିମଧ୍ୟରେ ‘ହାଇ ଲାଇଟ୍ସ’ ପ୍ଲାଟଫର୍ମ ପ୍ରଚଳନ କରୁଛି, ଯାହା କମ ଦାମରେ ସମାନ ଲୁକ୍ ଓ ଅନୁଭବ ଦେବା ସହ ଓଜନରେ ବେଶ୍ ହାଲୁକା ଅଳଙ୍କାର ପ୍ରଦାନ କରୁଛି । ତନିଷ୍କ ବ୍ୟାପକ ଉତ୍ପାଦ ଇଞ୍ଜିନିୟରିଂ ପ୍ରକ୍ରିୟା ଯଥା ଡିଜାଇନ ପୁନର୍ନିମାଣ, ପ୍ରଯୁକ୍ତି ସମ୍ବନ୍ଧୀୟ ସୃଜନଶୀଳତା, ଏବଂ ବର୍ଦ୍ଧିତ କଠିନତା ଓ ଶକ୍ତି ସହିତ ସୁନା ଆଲୟର ଉପଯୋଗ ସହାୟତାରେ ଓଜନରେ ୧୫-୨୫% ହ୍ରାସ ହାସଲ କରିବାରେ ସମର୍ଥ ହୋଇଛି ।

ଅକ୍ଷୟ ତୃତୀୟା ପାଇଁ, ତନିଷ୍କ ଅକ୍ଷୟ ତୃତୀୟା ସମୟରେ ଗ୍ରାହକଙ୍କ ନିମନ୍ତେ ସ୍ୱର୍ଣ୍ଣ ମୁଦ୍ରା କ୍ରୟକୁ ସୁବିଧାଜନକ କରିବା ନିମନ୍ତେ ‘୨୪କେ ଏକ୍ସପ୍ରେସ୍‌’ ନାମକ ଗୋଲ୍ଡ କଏନ ଏଟିଏମ ମଧ୍ୟ ଆରମ୍ଭ କରିଛି । ‘୨୪କେ ଏକ୍ସପ୍ରେସ୍‌’ ଗୋଲ୍ଡ କଏନ ଏଟିଏମ ସୁବିଧା ନିର୍ଦ୍ଦିଷ୍ଟ ବଜାରଗୁଡ଼ିକରେ ତନିଷ୍କର ଫ୍ଲାଗସିପ ଷ୍ଟୋରରେ ଉପଲବ୍ଧ ହେବ ।

ତନିଷ୍କ ସମ୍ପର୍କରେ
ଟାଟା ଗ୍ରୁପ ପକ୍ଷରୁ ଭାରତର ସବୁଠୁ ପସନ୍ଦିତ ଅଳଙ୍କାର ବ୍ରାଣ୍ଡ ତନିଷ୍କ ଦୁଇ ଦଶନ୍ଧି ହେଲା ଉନ୍ନତ ଶିଳ୍ପ କୌଶଳ, ବିଶିଷ୍ଟ ଡିଜାଇନ ଏବଂ ଗ୍ୟାରେଣ୍ଟିଯୁକ୍ତ ଉତ୍ପାଦ ଗୁଣବତ୍ତା ସହ ସମାନାର୍ଥକ ରହିଆସିଛି । ଏହା ଦେଶର ଏକମାତ୍ର ଅଳଙ୍କାର ବ୍ରାଣ୍ଡ ହେବାର ସ୍ପଷ୍ଟ ପ୍ରତିଷ୍ଠା ନିର୍ମାଣ କରିଛି, ଯାହା ଭାରତୀୟ ମହିଳାକୁ ବୁଝିବାର ଉଦ୍ୟମ କରିଥାଏ ଓ ତାକୁ ଆଭୂଷଣ ପ୍ରଦାନ କରିଥାଏ, ଯାହା ତାହାର ପାରମ୍ପରିକ ଓ ଯୁଗୋପଯୋଗୀ ଆକାଂକ୍ଷା ତଥା ଅଭିଳାଷଗୁଡ଼ିକୁ ପୂରଣ କରେ । ତନିଷ୍କ ଖୁଚୁରା ଶୃଙ୍ଖଳ ବର୍ତ୍ତମାନ ୨୨୦ରୁ ଅଧିକ ସହରରେ ୩୯୦ରୁ ଅଧିକ ଅନନ୍ୟ ବୁଟିକରେ ପରିବ୍ୟାପ୍ତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.