banner
Breaking

ଆସୁଛି ବାତ୍ୟା ବୁଲବୁଲ। ମାଡ ହୋଇପାରେ କେନ୍ଦ୍ରାପଡାରେ

0

ଭୁବନେଶ୍ୱର,୪/୧୧ : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।  ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ଦୁଇଦିନରେ ଏହା  ବାତ୍ୟା ହେବା ନେଇ ସ୍ଥିତି ସ୍ପଷ୍ଟ ହେବ । ଯଦି ବାତ୍ୟା ହୁଏ ତେବେ ଏହାର ନାଁ ରହିବ ‘ବୁଲବୁଲ୍‌’।ତେବେ ତା’ ପୂର୍ବରୁ  ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗରରେ ଥିବା ଏହି ଲଘୁଚାପ କ୍ଷେତ୍ର ଏବଂ ଏଥିସହିତ ସଂଶ୍ଲିଷ୍ଟ ଘୂର୍ଣ୍ଣିବଳୟ  ସମୁଦ୍ର ପତ୍ତନଠାରୁ  ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।  ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଡିପ୍ରେସନ୍‌ରେ ପରିଣତ ହେବ।
ଏହାର ପ୍ରଭାବରେ  ଆସନ୍ତା ୮-୯ ତାରିଖ ବେଳକୁ  ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି।  ଯଦି ପାଣିପାଗ ବିଜ୍ଞାନୀଙ୍କ ଆକଳନ ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ବି ଆଶଙ୍କା ରହିଛି।  ଇଣ୍ଡିଆନ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ-ଇନକଏସ୍ ପକ୍ଷରୁ  ଜାରି  ସଦ୍ୟତମ ମଡେଲରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.