banner
Breaking

ଭୟଙ୍କର ରୂପ ନେଉଛି ବୁଲବୁଲ। ସୁନ୍ଦରବନରେ ହିଟ୍ କରିବ

0

ଭୁବନେଶ୍ୱର,୮ା୧୧(ଓଡ଼ିଆ ନ୍ୟୁଜ): ଭେରି ସିଭିୟର ସାଇକ୍ଲୋନିକର ରୂପ ନେଇଛି ବାତ୍ୟା ବୁଲବୁଲ । ଏନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପାରାଦୀପ ଠାରୁ ଏହା ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଘଣ୍ଟାପ୍ରତି ୧୦କିମି ବେଗରେ ଗତି କରୁଛି । ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହୋଇ ଗତି କରିବ । ୧୦ତାରିଖ ସକାଳେ ସୁନ୍ଦରବନରେ ବାତ୍ୟା ବୁଲବୁଲ ହିଟ କରିବ ବୋଲି ଆଇଏମଡ଼ି ଡ଼ିଜି ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ୪ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଜିଲ୍ଲା ଗୁଡ଼ିକ ହେଉଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର । ସେହିପରି ପୁରୀ ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପବନର ବେଗ ୭୦ରୁ ୮୦ କିମି ରହିପାରେ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ଯାଏଁ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି ମଧ୍ୟ ସେ କହିଛନ୍ତି । ପରେ ୧୦ ତାରିଖରେ ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.