banner
Breaking

ନାବାଳିକାକୁ ଅପହରଣ ପରେ ବଳତ୍କାର।

0

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କନ୍ଧପଥରାପଲ୍ଲୀର। ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା(ନଂ.୨୩୮/୨୧) ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକଳ, ଯୁବକ ଜଣକ ଗତ ୧୯ ତାରିଖରେ ନାବାଳିକାଙ୍କୁ ଏକ ବାଇକ୍‌ରେ ଅପହରଣ କରିନେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଝିଅଙ୍କୁ ଖୋଜାଖୋଜି କରିଥିଲେ। ହେଲେ ଝିଅଙ୍କୁ ପାଇ ନ ଥିଲେ। ଏନେଇ ୨୨ ତାରିଖରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଗୁରୁବାର ଗୌଡ଼ିଆ-ବୋରଦା ରାସ୍ତାରେ ଏକ ବାଇକ୍‌ ଯୋଗେ ନାବାଳିକାଙ୍କୁ ନେଉଥିବା ବେଳେ ପୋଲିସ ସେମାନଙ୍କୁ ଦେଖିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ଧରି ଥାନାକୁ ଆଣିଥିଲା। ପରେ ଉଭୟଙ୍କ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଯାଇଥିଲା। ସେମାନଙ୍କୁ ବ୍ରହ୍ମପୁର ଅଣାଯାଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Khansweb Solution Bhubaneswar

Leave A Reply

Your email address will not be published.