banner
Breaking

ଆଜି ବଜେଟ

0

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହର ଅନୁମୋଦନ ପାଇଁ ଉକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସରକାର ବଜେଟକୁ ଗ୍ରାମାଞ୍ଚଳ ଭିତ୍ତିଭୂମି, ପାନୀୟ ଜଳ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଉପରେ ଅଧିକ ଫୋକସ ଦେବେ। ଆସନ୍ତା ବଜେଟର ଆକାର ଗତ ବଜେଟଠାରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ନିଜ ଉତ୍ସରୁ ପ୍ରାୟ ୧ ଲକ୍ଷ କୋଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.