banner
Breaking

ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ।

0

କଟକ, ୧୪/୩(ଓଡ଼ିଆ ନ୍ୟୁଜ) : ପଠାଣି ସାମନ୍ତ ମେଧାବୃତ୍ତି (ପିଏମ୍‌ଏସ୍‌ଟି) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଷ୍ଟେଜ୍‌-୧ରେ ୧୮ ହଜାର ୯୮୩ ଜଣ ଛାତ୍ରଛାତ୍ରୀ ୩୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଷ୍ଟେଜ୍‌-୨ରେ ୨୦ ହଜାର ୮୩୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ www.dseodisha.ac.in ରେ ପରୀକ୍ଷାଫଳ ସମ୍ବନ୍ଧୀୟ ସମସ୍ତ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଯେ ରାଜ୍ୟର ୪୦୮ ପରୀକ୍ଷା କେନ୍ଦ୍ରରେ ପିଏମ୍‌ଏସ୍‌ଟି ପରୀକ୍ଷା ଜାନୁୟାରୀ ୧୫ରେ ହୋଇଥିଲା । ପରୀକ୍ଷା ପାଇଁ ଷ୍ଟେଜ୍‌-୧ରେ ୪୭ ହଜାର ୩୭୮ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ । ସେଥିମଧ୍ୟରୁ ୪ ହଜାର ୪୦୦ ଅନୁପସ୍ଥିତ ଓ ୨ ଜଣ ପରୀକ୍ଷାର୍ଥୀ ପରୀକ୍ଷାରୁ ବାଦ୍‌ ପଡ଼ିଥିଲେ । ସେହିପରି ଷ୍ଟେଜ୍‌-୨ ପରୀକ୍ଷା ପାଇଁ ୩୭ ହଜାର ୭୩୪ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ୩ ହଜାର ୯୯୩ ଜଣ ଅନୁପସ୍ଥିତ ଓ ୭ ଜଣ ପରୀକ୍ଷାରୁ ବାଦ୍‌ ପଡ଼ିଥିଲେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.