banner
Breaking

ନିଷ୍ଠା ଓ ପ୍ରଚେଷ୍ଟା ବଳରେ ଅସାଧ୍ୟକୁ ସାଧନ କରିହେବ । ନୃତ୍ୟ ମନ୍ଦିରର ଏକାଦଶ ବାର୍ଷିକ ଉତ୍ସବ ।

0

ଭୁବନେଶ୍ୱର, ୯/୧୨(ଓଡ଼ିଆ ନ୍ୟୁଜ) ଓଡିଶାର ଅଗ୍ରଣୀ ନୃତ୍ୟଭିିତ୍ତିକ ଅନୁଷ୍ଠାନ ନୃତ୍ୟ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଦେବବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଛନ୍ତି ଗୁରୁ ପରମପୂଜ୍ୟ, ଯେଉଁମାନେ ଗୁରୁଙ୍କୁ ଅନୁସରଣ କରିଛନ୍ତି ସେ ଶିଷ୍ୟ ଉନ୍ନତି କରିଛନ୍ତି । ଗୁରୁଶିଷ୍ୟ ପରମ୍ପରା ଆବାହନ କାଳରୁ ରହି ଆସିଛି । ଯେତେଜଣ ପ୍ରତିଷ୍ଠା ଲାଭ କରିଛନ୍ତି ତାଙ୍କ ପଚ୍ଛଦ ପଟରେ ଗୁରୁଙ୍କ ଆଶୀର୍ବାଦ ରହିଛିି । ସମ୍ମାନୀତ ଅତିଥିଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ଡ. ବିଜୟ କୁମାର ଜେନା, ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ସିନେମା ଓ ଯାତ୍ରା ନିର୍ଦ୍ଦେଶକ ଲାଲା ବିରେନ୍ ରାୟ ପ୍ରମୁଖ ଯୋଗଦେଇ କହିଥିଲେ ଯେ କଳା ହେଉଛି ଈଶ୍ୱର ଦତ୍ତ । ସମସ୍ତଙ୍କ ପାଖରେ ଏହା ନଥାଏ ଭଲ କଳାକାରଟିଏ ହେବାପାଇଁ ନିଷ୍ଠା ଓ ପ୍ରଚେଷ୍ଟା ଜାରି ରଖିଲେ ଅସାଧ୍ୟକୁ ସାଧନ କରିହେବ । ମଞ୍ଚରେ କଳାକାର ତାର କଳା ଯାଦୁରେ ସମସ୍ତ ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହିତ ବାନ୍ଧି ରଖିଥାଏ । ତେଣୁ କଳାକାରମାନଙ୍କୁ ସମ୍ମାନ ଦେବା ଆବଶ୍ୟକ । ଏହି ଅବସରରେ ପଦ୍ମଶ୍ରୀ ମିନତୀ ମିଶ୍ର ପ୍ରତିଭା ସମ୍ମାନ ଗୁରୁ ଚପଳା ମିଶ୍ରଙ୍କୁ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ପ୍ରତିଭା ସମ୍ମାନ ଗୁରୁ ବ୍ରଜକିଶୋର ମଲ୍ଲିକଙ୍କୁ, ଗୁରୁ ଘନଶ୍ୟାମ ପଣ୍ଡା ପ୍ରତିଭା ସମ୍ମାନ ଗୁରୁ ଡଃ ସଚିକାନ୍ତ ନାୟକଙ୍କୁ ଓ ଡଃ ବିଦ୍ୟୁତ କୁମାରୀ ଚୌଧୁରୀ ପ୍ରତିଭା ସମ୍ମାନ ଗୁରୁ ରଶ୍ମିରେଖା ଦାସଙ୍କୁ ଏବଂ ବିଶେଷ ପ୍ରତିଭା ସମ୍ମାନ ଦୀପକ ଦାସ ଓ ପଲ୍ଲବୀ ରାୟଙ୍କୁ ପ୍ରଦାନ କରାଯାଇଥିଲା । ନୃତ୍ୟ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଓଡିଶୀ, ସମ୍ବଲପୁରୀ, ପଲ୍ଲୀ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ମଧ୍ୟରେ ଜୟଦେବୀ ଜନ୍ମଭୂମୀ ନୃତ୍ୟ ନାଟିକା, ଗୁରୁବ୍ରହ୍ମା ଗୁରୁବିଷ୍ଣୁ, ବଟୁ ନୃତ୍ୟ, ଟିକିଟିକି ଫୁଲ ଆମେ, ଓଁ ନମଃ ଶିବାୟ, ସାଇତମେ ଆସିବକି, ବନ୍ଦେ ଉକ୍ରଳ ଜନନୀ, ସମ୍ବଲପୁରୀ, ତେରେ ମିଟେଙ୍ଗେ ପ୍ରଭୃତି ଅନ୍ତର୍ଭୁକ୍ତ । କାର୍ଯ୍ୟକ୍ରମଟିକୁ ଜ୍ଞାନାନନ୍ଦ ସାଗର କୁମାର ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.