banner
Breaking

୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ।

0

ଭୁବନେଶ୍ୱର,୨୭ା୯- ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ରବିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ ଚଢାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ରାଉତପଡା ଗ୍ରାମର ସେକ୍‌ ଆସିଫ ଓରଫ ବାଉନ ଓ ଶେକ୍‌ ତାଲିମ ଓରଫ ବଡି। ଉଭୟଙ୍କ ନିକଟରୁ ବାଇକ, ଏଟିଏମ ଓ ଅନେକ ଜରୁରୀ କାଗଜପତ୍ର ଜବତ କରାଯାଇଛି। ଏ ନେଇ ଖୋର୍ଦ୍ଧା ସଦର ଥାନାରେ ନଂ. ୧୬୩/୨୦ରେ ମାମଲା ରୁଜୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.