banner
Breaking

ଭାଜପା ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

0

ଝାରସୁଗୁଡା ,୮।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତା ୩୧ତାରିଖରେ ନିର୍ବାଚନ ହେବ। ଏହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଜପାରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବହୁ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବା ଦୌଡରେ ରହିଥିଲେ। ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦଳୀୟ କେନ୍ଦ୍ରୀୟ ପ୍ରାର୍ଥୀ ଚୟନ କମିଟି ରବିବାର ପୂର୍ବତନ ବିଧାୟିକା ରାଧାରାଣୀଙ୍କ ନାମ ପ୍ରାର୍ଥୀଭାବେ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେବାପରେ ଏବେ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ରାଧାରାଣୀ ଦଳରୁ ପ୍ରାର୍ଥୀ ହୋଇ ଲଢେଇରେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଥର ସେ ଉପନିର୍ବାଚନରେ ବିଜୟୀ ହେବାପାଇଁ ଆଶା ରଖିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.