banner
Breaking

ଚାରିଦଫା ଦାବି ନେଇ ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

0

ଭୁବନେଶ୍ୱର ,୬/୯ (ଓଡ଼ିଆ ନ୍ୟୁଜ) ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ଚାରିଦଫା ଦାବି ନେଇ ରାଜଭବନ ଛକରେ ଧାରଣାରେ ବସିବା ସହିତ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୟୁନିୟନର ଆବାହକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ଏହି ଦାବି ଗୁଡିକ ମଧ୍ୟରେ ଭୁବନେଶ୍ୱର ଠାରେ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା, ମନମୁଖୀ ଫି ଆଦାୟ ବନ୍ଦ, କଲେଜ ର୍କୃପକ୍ଷ, ଦଲାଲ ଏବଂ ବିପିୟୁଟି ମଧ୍ୟରେ ଅଲିଖିତ ଚୁକ୍ତି ନାମାର ତଦାରଖ, ପ୍ରଶ୍ନପତ୍ର ଲିକ୍ ପଛରେ କଲେଜ ଏବଂ ବିପିୟୁଟି ର୍କୃପକ୍ଷଙ୍କ ମଧୁ ଚନ୍ଦ୍ରିକା ଦାୟୀ ପ୍ରଭୃତି ଅନ୍ତର୍ଭୁକ୍ତ ଅଟେ । ୟୁନିୟନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କ ପାଖରେ ଏହି ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଏଥି ପ୍ରତି ଧ୍ୟାନ ଦେଉ ନାହାନ୍ତି । ଫଳରେ ସାମାନ୍ୟ ଟିକେ କାମ ପାଇଁ ୪୦୦ କି.ମି. ଯିବାକୁ ପଡୁଛି । ଛାତ୍ରଛାତ୍ରୀ ଆର୍ଥୀକ ଖର୍ଚ୍ଚାନ୍ତ ହେବା ସହ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଏହାର ତୁରନ୍ତ ବିଚାର କରାଯାଉ ବୋଲି ସଭାପତି ମାନସ ରଞ୍ଜନ ସ୍ୱାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସ୍ମରଜିତ୍ ଆର୍ଯ୍ୟ , ଉପସଭାପତି ଅମର କୁମାର ସେଠୀ ପୂର୍ବତନ ସଭାପତି ଅଭିଶେକ ଚମ୍ପତି ରାୟ, ସୁଜିତ କୁମାର ରାଉତରାୟ, ମହେନ୍ଦ୍ର ନାୟକ ଓ ସଂଜୀବ କୁମାର ସାହୁ, ଦିବ୍ୟରଞ୍ଜନ ସିଂ, ଅମୁଲ୍ୟ କର, ଶେଖର ବିଶ୍ୱାଳଙ୍କ ସହିତ ବିଭିନ୍ନ ଅଳର ଛାତ୍ରମାନେ ଉପସ୍ଥିତ ଥିଲେ । ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାବି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.