banner
Breaking

ମନ୍ଦିର, ମସଜିଦ ସବୁ ବନ୍ଦ

0

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । ୩୧ରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ରକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି ଅଧୀନରେ ଥିବା ମନ୍ଦିର, ମସଜିଦ, ଗୁରୁଦ୍ବାର, ଚର୍ଚ୍ଚ ଆଦି ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କୋଭିଡ କଟକଣା ମାନି ମଧ୍ୟରେ ସେବାୟତମାନଙ୍କ ଦ୍ବାରା ସମସ୍ତ ରୀତିନୀତି କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.