banner
Breaking

କରୋନା ଜନିତ ସମସ୍ୟା ପାଇଁ ୧୯୨୯ ଡାଏଲ କରନ୍ତୁ।

ଘରେ ପହଞ୍ଚିବ ଆମ୍ବୁଲାନ୍ସ

0

ଭୁବନେଶ୍ୱର,୧୫ା୫(ବ୍ୟୁରୋ): କରୋନା ସଂକ୍ରମିତଙ୍କୁ ଯଥାଶୀଘ୍ର କୋଭିଡ୍‌ କେୟାର ହସ୍ପିଟାଲ(ସିଏଚ୍‌ସି) ଓ କୋଭିଡ୍‌ କେୟାର ସେଣ୍ଟର(ସିସିସି)କୁ ପଠାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ଏକ ପଦକ୍ଷେପ ହାତକୁ ନେଇଛି। ଏବେ କୋଭିଡ୍‌ ସଂକ୍ରମିତଙ୍କୁ ହସ୍ପିଟାଲ ପଠାଇବା ପାଇଁ ୬୪ଟି ଆମ୍ବୁଲାନ୍ସ ରହିଛି। ସେଥିମଧ୍ୟରୁ ୪୦ଟି ଆମ୍ବୁଲାନ୍ସରେ ଜିପିଏସ୍‌ ସଂଯୋଗ କରାଯାଇଛି। ଯଥାଶୀଘ୍ର ଅନ୍ୟ ଆମ୍ବୁଲାନ୍ସରେ ମଧ୍ୟ ଜିପିଏସ୍‌ ସଂଯୋଗ କରିବାକୁ ବିଏମ୍‌ସି କମିଶନର ସଞ୍ଜୟ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଦ୍ୱାରା ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। ୧୯୨୯କୁ ଫୋନ୍‌ କଲ୍‌ ଆସିବା ପରେ ସିସିସି କିମ୍ବା ସିଏଚ୍‌ସିକୁ ପଠାଇବା ପାଇଁ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ରୁ ସମସ୍ତ ପ୍ରକ୍ରିୟା କରାଯାଇଥାଏ। ମାତ୍ର ଏବେ ବିକେନ୍ଦ୍ରୀକରଣ କରାଯାଇ ଏହି ସେବାକୁ ଆହୁରି ଶୀଘ୍ର କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। ପ୍ରତ୍ୟେକ ଜୋନ୍‌ରେ ଏବେ ୩ଟି ଲେଖାଏ ଆମ୍ବୁଲାନ୍ସ ରହିଛି। ଏବେ ଏହାକୁ ବୃଦ୍ଧି କରି ପ୍ରତି ଜୋନ୍‌କୁ ଆହୁରି ୭ଟି ଲେଖାଏ ଆମ୍ବୁଲାନ୍ସ ପ୍ରଦାନ କରାଯିିବ। ସେହିପରି ଜୋନାଲ୍‌ କଣ୍ଟ୍ରୋଲ ରୁମ୍‌ କରାଯାଇ ସଂକ୍ରମିତ ବ୍ୟକ୍ତିଙ୍କୁ ପଠାଯିବ। ଜୋନାଲ କଣ୍ଟ୍ରୋଲ ରୁମ୍‌ରେ ଜଣେ ଓଆର୍‌ଏସ୍‌ ଅଫିସର, ଜଣେ ଏଏସ୍‌ଓ ଓ ଜଣେ ଡିଇଓ ରହି ଏହି କାର୍ଯ୍ୟ କରିବେ। ବଳକା ୩୪ଟି ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲ୍‌ର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ରେ ରହିବେ ଓ ଏହାର ସଂଯୋଗକାରୀ ଭାବେ ଜଣେ ଓଏଏସ୍‌ ଅଫିସର ରହିବେ। ସେମାନଙ୍କ ସହ ଆୟୁଷ ଡାକ୍ତର, ଏଏସ୍‌ଓ ଓ ଡିଇଓ ମଧ୍ୟ ରହିବେ।

Khansweb Solution Bhubaneswar

Leave A Reply

Your email address will not be published.