banner
Breaking

ତୃତୀୟ ପର୍ଯ୍ୟାୟ ଟିକାକରଣର ସ୍ଲଟ ଶେଷ।

0

ଭୁବନେଶ୍ୱର,୧/୫(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ବଢିଚାଲିଥିବା ବେଳେ ଭୁବନେଶ୍ୱରରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ପାଇଁ ସବୁ ସ୍ଲଟ୍ ବୁକିଂ ଶେଷ ହୋଇଛି । ବିଏମସି ଅଞ୍ଚଳରେ ଆସନ୍ତା ୮ ତାରିଖ ଯାଏଁ ସବୁ ସ୍ଲଟ୍ ବୁକିଂ ଶେଷ ହୋଇଥିବା ସୂଚନା ମିଳିଛି । ସ୍ଲଟ୍ ଶେଷ ନେଇ ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବୁକିଂ ଆରମ୍ଭର ମାତ୍ରେ କେଇ ଘଣ୍ଟା ମଧ୍ୟରେ ସବୁ ସ୍ଲଟ୍ ଶେଷ ହୋଇଥିଲା । ଯାହାପରେ ଟିକା ନେବା ପାଇଁ ଆଶାୟୀ ଥିବା ଅନେକ ଲୋକଙ୍କୁ ନିରାଶ ହେବାକୁ ପଡିଛି । ଅଧିକ ସ୍ଲଟ୍ ବଢାଇବାକୁ ଉଦ୍ୟମ କରାଯାଉଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.