ବିଏମସି ପକ୍ଷରୁ କିଟ୍ ଛକରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ବିଏମ୍‌ସି ପକ୍ଷରୁ ଗୁରୁବାର କିଟ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ କରାଯାଇଛି। ଏହି ଚଢାଉରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ଥିଲେ। ଦୋକାନଗୁଡିକରେ ଖାଦ୍ୟର ମାନ ପରୀକ୍ଷା କରିବା ସହ ଲାଇସେନ୍ସ ଯାଞ୍ଚ କରାଯାଇଛି। ଆଉ କିଛି ଦୋକାନକୁ ବିଏମ୍‌ସି ସିଲ କରିବା ସହ ନୋଟିସ୍‌ ମାରିଥିବା ସୂଚନା ମିଳିଛି। ପାର୍ବଣ ଋତୁ ଆସିଯାଇଥିବାରୁ ବିଏମ୍‌ସି ପକ୍ଷରୁ ରାଜଧାନୀରେ ଖାଦ୍ୟ ବ୍ୟବସ୍ଥାକୁ କଡାକଡି କରିବା ଆରମ୍ଭ ହୋଇଯାଇଛି।