banner
Breaking

ସ୍ମାର୍ଟ ସିଟିରେ ସ୍ମାର୍ଟ ରୋଗୀସେବା ଆରମ୍ଭ

0

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ରୋଗୀସେବା ଆରମ୍ଭ। ଏଣିକି ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କୁ ଚିକିତ୍ସାଳୟ ଯାଇ ଲମ୍ବା ଲାଇନ୍‌ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ‘ମୋ ହସ୍ପିଟାଲ’ ଆପ୍‌ ପ୍ରସ୍ତୁତ କରାଯାଇଛି। ପରୀକ୍ଷାମୂଳକ ଭାବେ ଘାଟିକିଆ ସ୍ବାସ୍ଥ୍ୟକେନ୍ଦ୍ରରୁ ଏହା ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ବିଏମ୍‌ସି ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା କରିବା ସହିତ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯୋଜନା ହେଉଥିବା କହିଛନ୍ତି। ଏଭଳି ହେବା ଦ୍ବାରା ସ୍ବଳ୍ପ ସମୟରେ ରୋଗୀ ସେବା ପାଇପାରି​‌େ​‌ବ ଏବଂ ସରକାରୀ ଚିକିତ୍ସାଳୟ ପ୍ରତି ଥିବା ନକାରାତ୍ମକ ଧାରଣା ବଦଳିବ। ଏଣିକି ଚିକିତ୍ସା ପାଇଁ ରାଜଧାନୀବାସୀ ଘରେ ପଞ୍ଜୀକରଣ କରିପାରିବେ। ସେଠାରେ ତାଙ୍କୁ ଏକ ନମ୍ବର ମିଳିବ। ନମ୍ବର ଆଧାରରେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଔଷଧ କିମ୍ବା କୌଣସି ପରୀକ୍ଷା କରିବା ପାଇଁ ଯାହା ଲେଖିବେ ତାହା ସିଧାସଳଖ ‘ନିରାମୟ’ କେନ୍ଦ୍ରକୁ ଯିବ। ରୋଗୀ ସେଠାକୁ ଯାଇ ନିଜ ନମ୍ବର କହି ଔଷଧ ଏବଂ ପ୍ରେସ୍‌କ୍ରିପ୍‌ସନ୍‌ ଚିଠା ନେଇ ପାରିବେ। ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଚିକିତ୍ସାଳୟରେ ଏଭଳି ବ୍ୟବସ୍ଥା କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.