banner
Breaking

କମ୍ପ୍ୟୁଟର ସ°ସ୍ଥାରେ ବିଏମସିର ଚଢ଼ାଉ। ଛୋଟିଆ ଘରେ ମାଳମାଳ ପିଲା। କୋଭିଡ ନିୟମକୁ ଫୁ।

0

ଭୁବନେଶ୍ୱର, ଶୈଳଶ୍ରୀବିହାର ଡିଏଭି ସମ୍ମୁଖରେ ଥିବା ଇନଷ୍ଟିଚ୍ୟୁଟ
ଅଫ କମ୍ପ୍ୟୁଟର ଆପ୍ଲିକାଣ୍ଟ(ଆଇସିଏ)ରେ ବିଏମସି ଉତ୍ତର ଜୋନ୍
ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ଦୁଇମାସ ହେବ ବଢବଢି ଚାଲିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇ,ସ୍କୁଲ, କଲେଜ, ସଭା ସମିତି, ମନ୍ଦିର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଥିଲା ବେଳେ ଶୈଳଶ୍ରୀବିହାର ଡିଏଭି ସମ୍ମୁଖରେ ଥିବା ଇନଷ୍ଟିଚ୍ୟୁଟ
ଅଫ କମ୍ପ୍ୟୁଟର ଆପ୍ଲିକାଣ୍ଟ(ଆଇସିଏ) ଦୁଇମାସ ହେବ ପିଲାଙ୍କୁ ଡାକି କ୍ଲାସ କରୁଛି। ଗୋଟିଏ ଛୋଟିଆ ଘର ଭିତରେ ମାଳମାଳ ପିଲା ବସାଇ ପିଲାଙ୍କ ଜୀବନ ସହିତ ଖେଳ ଖେଳିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଆଜି ବିଏମସି ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଗୋଟିଏ ଛୋଟ ରୁମରେ ୧୦ରୁ ୧୫ ଜଣ ପିଲା ଏକ ଫୁଟ ଦୂରତା ମଧ୍ୟରେ ବସିଥିବାର ନଜର ଆସିଥିଲା। କିଛି ପିଲା ମାସ୍କ ପିନ୍ଧିଥିବା ବେଳେ ଅନ୍ୟକିଛି ଫାଙ୍କରେ ବସିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସାରା ସମସ୍ତ ଅନୁଷ୍ଠାନ ବନ୍ଦ ଥିଲାବେଳେ ଖୋଦ ରାଜଧାନୀରେ ଏ ସ°ସ୍ଥା କାହାର ଛତ୍ରଛାୟା ତଳେ ଚାଲିଥିଲା। ଯଦି କୌଣସି ଅଘଟଣ ଘଟିଥାନ୍ତା ସେଥିପାଇଁ ଦାୟୀ କିଏ ରହିଥାନ୍ତା। କମିଶନରେଟ ପୋଲିସର ପେଟ୍ରୋଲିଙ୍ଗ ଉପରେ ବି କଥା ଉଠିଛି। ସ୍ଥାନୀୟ ଲୋକମାନେ ଏଭଳି କହିଛନ୍ତି। ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ°ସ୍ଥାଟିକୁ ବନ୍ଦ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.