banner
Breaking

ବିଏମସି ନିର୍ବାଚନ ପାଇଁ କ°ଗ୍ରେସର ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାମ ଘୋଷଣା କରିଛି। ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଦଳ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ୱାର୍ଡ ପାଇଁ ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ପ୍ରାର୍ଥୀଙ୍କ ମଧ୍ୟରେ ୧୪ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

କର୍ପୋରେଟର ପ୍ରାର୍ଥୀ ଭାବେ କାଜଲ ମଣ୍ଡଳଙ୍କୁ ୧ନମ୍ବର ୱାର୍ଡ ପାଇଁ ମନୋନୀତ କରାଯାଇଥିବାବେଳେ ସୁକାନ୍ତି ଜେନା- ୩, ପ୍ରଦୀପ କୁମାର ପଟ୍ଟନାୟକ -୪, ସୁଜିତ କୁମାର ସାହୁ -୬, ମନୋଜ କୁମାର ମହାପାତ୍ର -୭, ଶ୍ରୀଧର ବଳିଆର ସିଂ- ୧୦, ଶୈଳବାଳା ମହାପାତ୍ର -୧୩, ସୁପ୍ରିୟା ମହାପାତ୍ର -୧୪, ଲିପ୍ସା ମହାନ୍ତି -୧୫, ନଗମା ଖାତୁନ ୧୬, ନିବାସ କୁମାର ଭୋଇ -୧୮ , ମଂଟୁ ମଲ୍ଲିକ -୨୪ , ପବିତ୍ର ଦାସ -୨୫, ପଦ୍ମିନୀ ମାରାଣ୍ଡି -୨୬, ଅନିଲ କୁମାର ଦାସ -୨୭, ଅଞ୍ଜଳି ସାହୁ -୨୮, ସ୍ମୃତି ରଞ୍ଜନ ତ୍ରିପାଠୀ- ୩୦, ମମତା ମଲ୍ଲିକ -୩୫, ଲିଜା ମହାନ୍ତି -୩୯, ପ୍ରତିମା ମହାନ୍ତି -୪୧, ପ୍ରଭାତ କୁମାର ପ୍ରତାପ ସିଂ- ୪୪,ବିଭୁ ପ୍ରସାଦ ଜେନା -୫୦, ନିବାସୀ ଦେଇ -୫୩, ପୁଷ୍ପିତା ଦାସ -୫୪, ସଂଜୟ କୁମାର ପରି ୫୬, ମିହିର ରଞ୍ଜନ ଆଚାର୍ଯ୍ୟ -୫୭, ଦେବୀ ପ୍ରସାଦ ସୱାଇଁ -୫୯, ନାରାୟଣ ଜେନା-୬୧ , ନିତିଶା ମହାନ୍ତି -୬୩ ଓ ଶିବାନୀ ଶିବଦର୍ଶିନୀ ମହାନ୍ତିଙ୍କୁ ୱାର୍ଡ ନମ୍ବର ୬୭ ପାଇଁ କର୍ପୋରେଟର ପ୍ରାର୍ଥୀ ଭାବେ କଂଗ୍ରେସ ମନୋନୀତ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.