banner
Breaking

ଟିକାକରଣରେ ବିଏମସିର ରେକର୍ଡ

0

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟିକାକରଣରେ ରେକର୍ଡ କରିଛି। ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ଭାବରେ ୧୫ ରୁ ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ ଜଣ ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି । ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ହୋଇଛି । ରାଜଧାନୀ ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଛି । ଭୁବନେଶ୍ୱରରେ ଏବେ ବି ୫୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ଜାରି ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.