banner
Breaking

ବିଏମସି ଅଫିସରୁ ୨୨ ପଜିଟିଭ ଚିହ୍ନଟ

0

ଭୁବନେଶ୍ବର ୧୩।୧: ଭୁବନେଶ୍ବର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା । ଗୋଟିଏ ଦିନରେ ଚିହ୍ନଟ ହେଲେ ୨୨ କୋଭିଡ୍ ସଂକ୍ରମିତ । ବୁଧବାର ହୋଇଥିବା ଟେଷ୍ଟିଂରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କର ଟେଷ୍ଟିଂ କରାଯିବା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୧୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୪୩୪୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୮୭୩୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୪୦୩୬୬୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

.

Khansweb Solution Bhubaneswar

Leave A Reply

Your email address will not be published.