banner
Breaking

ମୋ ସରକାର କାର୍ଯ୍ୟକ୍ରମକୁ ବିଜେପିର ସମାଲୋଚନା।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ମୋ ସରକାର’ କାର୍ଯ୍ୟକ୍ରମକୁ ସମୀର ମହାନ୍ତି ଓ ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି ।ଏବେ ‘ମୋ ସରକାର’, ୨୦୧୯ ପୂର୍ବରୁ କାହା ସରକାର ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାକୁ ୧୯ ବର୍ଷ ଶାସନ କଲାପରେବି ଖଟିଆରେ ବୁହା ହେଉଛନ୍ତି ରୋଗୀ, ନଦୀ ପହଁରି ପିଲା ସ୍କୁଲକୁ ଯାଉଛନ୍ତି, ପ୍ରତିଦିନ ଗଣଦୁଷ୍କର୍ମ ହେଉଛି। ୫ଟି ସଚିବଙ୍କ ଘର ସମ୍ମୁଖରେ ଥିବା ରାଜଧାନୀ ହସ୍ପିଟାଲର ବାରଣ୍ଡାରେ ପିଲା ଜନ୍ମ ହେଉଛି। ଗସ୍ତ ବେଳେ ସ୍ବାସ୍ଥ୍ୟମନ୍ତ୍ରୀ କି ସଚିବ ରହୁନାହାନ୍ତି । ଜନ ପ୍ରତିନିଧିଙ୍କୁ ବି ଅଣଦେଖା କରାଯାଉଛି। କାହା ଭାବମୂର୍ତ୍ତି ବୃଦ୍ଧି ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଲୁଚାଇବାକୁ ଏହା ସରକାରଙ୍କ ପ୍ରୟାସ । ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ତୁରନ୍ତ ଲାଗୁ କରିବାକୁ ବିଜେପି ଦାବି କରୁଛି।

Khansweb Solution Bhubaneswar

Leave A Reply

Your email address will not be published.