banner
Breaking

ବିଜେପୁର ମଇଦାନରେ ବିଜେଡିକୁ ସିଧା ଟାର୍ଗେଟ କଲେ ଧର୍ମେନ୍ଦ୍ର

0

ବିଜେପୁର, ୧୧।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ପାଇଁଁ ବିଜେପି ତାର ପ୍ରଚାର ଅଭିଯାନକୁ ଜୋରଦାର୍‌ କରିଛି। ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଉମୁଣ୍ଡାରେ ରୋଡ୍‌ ଶୋ’ କରିଛନ୍ତି। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗଦେଇ ଧାନର ଅଭାବୀ ବିକ୍ରି, ପାଇଖାନା ନିର୍ମାଣରେ ପିସି କାରବାର ଚାଲିଥିବା କହିଛନ୍ତି।

ଦୀର୍ଘ ୨୦ ବର୍ଷଧରି ରାଜ୍ୟରେ ଶାସନ କଲେ ମଧ୍ୟ ମୋ ସରକାର ଯୋଜନା ପ୍ରଣୟନ କରିବା କେତେ ଦୂର ଠିକ୍‌ବୋଲି ମନ୍ତ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ପ୍ରାର୍ଥୀ ସନତ କୁମାର ଗଡତୀୟାଙ୍କୁ ଭୋଟ୍‌ଦେଇ ଜୟଯୁକ୍ତ କରିବାକୁ ମତଦାତାମାନଙ୍କୁ ସେ ନିବେଦନ କରିଥିଲେ। ଏମ୍‌ପି ସୁରେଶ ପୁଜାରୀ ଏହି ଉପନିର୍ବାଚନକୁ ବୋଲଡୋଜର ସହିତ ତୁଳନା କରିଥିଲେ। ଏଥିରେ ବିଜୟୀ ହେଲେ ମଧ୍ୟ ଆମେ ସରକାର ଗଠନ କରିପାରିବୁ ନାହିଁ। ହେଲେ ଆଗାମୀ ଦିନରେ ନବୀନ ସରକାରକୁ ଧକ୍କା ଦେଇ ଓଡିଶାରେ ବିଜେପି ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହେବବୋଲି ପୁଜାରୀ ମତଦାତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ବସନ୍ତ ପଣ୍ଡା, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟିକା କୁସୁମ ଟେଟେ, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅଶ୍ବିନୀ ଷଡ଼ଙ୍ଗୀ, ମିଲନ ସେଠ ମଞ୍ଚାସୀନ ଥିଲେ। ଭାଜପାର ଏହି ହାଇପ୍ରୋଫାଲ ପ୍ରଚାରରେ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.