banner
Breaking

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ସମ୍ପୁର୍ଣ୍ଣ ଭୁଲ୍ ଓ ନିରାଧାର : ସୂର୍ଯ୍ୟବଂଶୀ

0

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ର ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଓ ନିରାଧାର ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁରଜ କହିଛନ୍ତି, ରାଜ୍ୟ ଭାଜପା ନେତୃବୃନ୍ଦଙ୍କ ପ୍ରତି ବୁଧବାର ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ଶବ୍ଦ ଅଶୋଭନୀୟ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ ସମୟରେ କହିଥିଲେ, ଓଡ଼ିଶା ଶାସନକୁ କିଏ ଚଲାଉଛି ଏବଂ ତା’ର ଶାସନ ଦାୟିତ୍ୱ କାହା ହାତରେ ନ୍ୟସ୍ତ ରହିଛି। ମୁଖ୍ୟମନ୍ତ୍ରୀ ବଜେଟକୁ ଭଲରେ ଜାଣି ଟୁଇଟ୍‌ କରିଛନ୍ତି ନା ତାଙ୍କ ଅଜାଣତରେ କିଏ ପୋଷ୍ଟ କରିଛି ବୋଲି ସୁରଜ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟିରୁ ଊଦ୍ଧର୍‌ବ ରୋଗୀଙ୍କୁ ୮୦ ହଜାର କୋଟି ଟଙ୍କାର ସହାୟତା ମିଳିଛି। ୯ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ରରେ ଗରିବ ଲୋକଙ୍କୁ ୨୦ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି। ଆୟୁଷ୍ମାନ ଭାରତ କ’ଣ ତାହା ଦେଶବାସୀ ଭଲ ଭାବେ ଜାଣିଛନ୍ତି। ୫ ବର୍ଷ ହେଲା ଓଡ଼ିଶାର ପ୍ରାୟ ୬୦ ଲକ୍ଷ ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ରଖାଯାଇଛି। ଗ୍ରାମୀଣ ଓଡ଼ିଶାର ପ୍ରାୟ ୩୩.୪୫ ପ୍ରତିଶତ ପରିବାର କାମ କରିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି। ଗଞ୍ଜାମ ସମେତ ଏହି ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲାଣି। ଆୟୁଷ୍ମାନ ଭାରତରେ ୨୬,୨୬୭ରୁ ଅଧିକ ଡାକ୍ତରଖାନା ଅଛି। ଓଡ଼ିଆ ଲୋକେ ଯଦି ନିଜ ଦେଶର ଯେକୌଣସି ରାଜ୍ୟ, ସହର ବା ଅଞ୍ଚଳରେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଲେ, ତେବେ ଏହା କି ପ୍ରକାରର ସାର୍ବଜନୀନ ସ୍ବାସ୍ଥ୍ୟସେବା। ବିଏସ୍‌କେୱାଇରେ ମିଛ ପ୍ରଚାର କରାଯାଉଛି ବୋଲି ସୁରଜ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.