banner
Breaking

ସେବା ସପ୍ତାହରେ ପ୍ଲାଷ୍ଟିକ ବର୍ଜନ ଓ ଜଳ ସ°ରକ୍ଷଣ ପାଇଁ ଶପଥ।

0

ଭୁବନେଶ୍ବର,୨୦/୯(ଓଡ଼ିଆ ନ୍ୟୁଜ): ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମ ତିଥିକୁ ସେବା ସପ୍ତାହ ପାଳନ ଅବସରରେ ଭୁବନେଶ୍ୱର ପଟିଆଗଡ଼ ଅନ୍ତର୍ଗତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ ମୁକ୍ତ ଭାରତ ଏବଂ ଜଳ ସଂରକ୍ଷଣ ସମ୍ବନ୍ଧରେ ଏକ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ର ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ବର୍ଜନ କରିବା ସହ ଜଳସଂରକ୍ଷଣ ଉପରେ ଗୁରୁତ୍ଵାରୋପ କରିଥିଲେ ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ସଭାପତିତ୍ଵ କରି ଉକ୍ତ ଦୁଇଟି ବିଷୟକୁ ଆଜିଠାରୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ରାଉତ, ମିହିର କୁମାର ଦାସ, ଜୟ ପ୍ରକାଶ ମିଶ୍ର, ସୁଶାନ୍ତ କୁମାର ସାବତ, ବିନୟ କୁମାର ରାଉତ, ବିକ୍ରମ ପ୍ରଧାନ,ଶ୍ରୀ ପ୍ରମୋଦ ପଢ଼ିଆରୀ , ଶ୍ରୀମତୀ କଳ୍ପନା ପଣ୍ଡା, ପ୍ରଦୀପ କୁମାର ପତି, ନିମାଇଁ ବେଜ, ଗୋଲଖ ମହାପାତ୍ର, ପ୍ରଭୁଦତ୍ତ ରାଉତ, ଶିଶିର ମହାରଣା , ବିକ୍ରମ କୁମାର ରାଉତ , ଭଗବାନ ପାଢୀ, ଅଜୟ ଆଚାର୍ଯ୍ୟ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.