banner
Breaking

୧୪ ନଂ ବିଜେପି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର,୨୮ା୧- ବିଏମସି ୧୪ନଂ ଓାର୍ଡ ବିଜେପି ସଂଗଠନ ପକ୍ଷରୁ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧପାର୍କ ସମ୍ମୁଖରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଯୁବନେତା ରାଜେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବିଜେପି ନେତା ଉଦୟନାଥ ସାହୁ ପତାକା ଉତ୍ତୋଳନ କରିଥିଲେ ।

ସମ୍ମାନୀୟ ଅତିଥି ରୂପେ ପୁର୍ବତନ
କର୍ଣ୍ଣେଲ ସୋନାଲୀ ରଥ, ଦୀନବନ୍ଧୁ ଦାସ,ସୋନାଲି ଦାସ ପ୍ରମୁଖ ଯୋଗଦେଇ
ଗଣତନ୍ତ୍ର ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଯୁବନେତା ଆଶିଷ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଅନ୍ୟ
କର୍ମୀମାନେ ସହେଯାଗ କରିଥିଲେ । ଏଥିରେ ସ୍ଥାନୀୟ ଅ ଳର ଛାମୁଆ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ସେହିପରି ଇଶାନେଶ୍ୱର ବସ୍ତିରେ ବଟକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ ବ°ଶୀଧର
ସେଠୀ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ
ଦାସ,ରାଜେଶ ବେହେରା,ମନୋରଞ୍ଜନ ମହାନ୍ତି,ଭରତ ଆଦକ ଓ ଅଞ୍ଜଳି ସାହୁ
ପ୍ରମୁଖ ଊପସ୍ଥିତ ଥିଲେ ।

ଇଶାନେଶ୍ବର ଉନ୍ନୟନ ପରିଷଦରେ ରାଜେନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.