banner
Breaking

ମହିଳା ସୁରକ୍ଷା ନେଇ ଭାଜପା ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

0

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମହିଳା ସୁରକ୍ଷା ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ବିଧାୟକ ଦ ଚିଠି ଲେଖିଛି। ଭାଜପା ବିଧାୟକମାନେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ମହିଳାଙ୍କ ସୁରକ୍ଷା ନେଇ ଆପଣଙ୍କ ଦୋମୁହଁ। ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ନେଇ ପତ୍ର ଲେଖିଛୁ। ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର ପରେ ଆପଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଏବଂ ମହିଳା ଅସୁରକ୍ଷିତ ହେବା ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ୨୦୦୦ ନିର୍ବାଚନରେ ବିଜେଡିର ପ୍ରମୁଖ ସ୍ଲୋଗାନ ଥିଲା ଅଞ୍ଜନା ଗଣବଳାତ୍କାର ପାଇଁ ଦାୟୀ କିଏ- ଜାନକୀ ପଟ୍ଟନାୟକ ଆଉ କିଏ। ଏବେ ଖୋଦ୍‌ ଅଞ୍ଜନା ନିଜେ କହିଲେଣି, ଜାନକୀ ଏବଂ ନବୀନଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଓଡ଼ିଶାରେ କିଛି ଫରକ ଦେଖାଯାଉନାହିଁ। ଅଞ୍ଜନା ମାମଲାରେ ଯେପରି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ୍‌ ସେହିପରି ବର୍ତ୍ତମାନ ମମିତା ମେହେର ହତ୍ୟାକାଣ୍ଡରେ ଆପଣଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟବାସୀ ଦାୟୀ କରୁଛନ୍ତି। ଆପଣ ଜାନକୀଙ୍କୁ ନୈତିକତାର ପାଠ ପଢାଇଥିଲେ। ନୀତି ନୈତିକତାର ଦ୍ୱାହି ଦେଇ ଆପଣଙ୍କ ଅନେକ ମନ୍ତ୍ରୀଙ୍କୁ ମଧ୍ୟ ବାହାର କରିଛନ୍ତି। ଏବେ ମମିତା ଘଟଣାରେ ଦୋମୁହଁା ନୀତି କାହିଁକି ବୋଲି ଭାଜପା ପ୍ରଶ୍ନ କରିଛି। ଏହି ଘଟଣାରେ ମନ୍ତ୍ରୀ ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ଲାଗି ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ଏହାସହ ଏହି ଚିଠି ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିବା ସହିତ ବିଧାନସଭା ନବୀନ ନ ଆସୁଥିବାରୁ ବିରୋଧୀ ଦଳ ବିଧାୟକମାନେ ତାଙ୍କୁ ସମାଲୋଚନା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.