banner
Breaking

ଭାଜପା କାର୍ଯ୍ୟକାରିଣୀରେ ଗୁରୁମନ୍ତ୍ର ଦେବେ ମୋଦି।

0

ନୂଆଦିଲ୍ଲୀ,୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ସକାଳେ ଏହା ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ସଦସ୍ୟଙ୍କୁ ଦଳକୁ କିପରି ଆହୁରି ମଜଭୁତ କରିହେବ ତାକୁ ନେଇ ମନ୍ତ୍ର ଦେବେ । ଭାଜପା ମହାସଚିବ ଅରୁଣ ସିଂ ଶନିବାର ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ଏହି ବୈଠକ ପ୍ରାୟ ଦେଢ ବର୍ଷ ପରେ ପ୍ରତ୍ୟେକ୍ଷ ଭାବେ କରାଯାଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ କିଛି ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ ଦଳକୁ ଲାଗିଥିବା ଆଘାତକୁ ଦେଖି ୫ ରାଜ୍ୟର ଆଗାମୀ ଉପନିର୍ବାଚନକୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି । ଏହି ବୈଠକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭାଷଣରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ଶେଷ ହେବ ବୋଲି କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.