banner
Breaking

ବିପଦ ସମୟରେ କ°ଗ୍ରେସ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି।

0

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। କିନ୍ତୁ କରୋନା ଉପରେ ରାଜନୀତି ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି।
ସେ ଚିଠିରେ ଲେଖିଛନ୍ତି ଯେ, ଏ ସଙ୍କଟରେ କଂଗ୍ରେସର ଆଚରଣ ମୋତେ ଦୁଃଖିତ କରିଛି, କିନ୍ତୁ ଆଶ୍ଚର୍ଯ୍ୟ ନୁହେଁ। କଂଗ୍ରେସ ଦଳର କିଛି କର୍ମୀ ଏବେ ଲୋକଙ୍କୁ ସାହାଯ୍ୟ କରିବା ଭଳି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ଦଳର ବରିଷ୍ଠ ନେତାଙ୍କ ନକାରାତ୍ମକତା ହେତୁ ସେମାନଙ୍କର କଠିନ ପରିଶ୍ରମ ନଷ୍ଟ ହେଉଛି।
ଭାରତ କରୋନାର ଦ୍ୱିତୀୟ ଲହର ସହିତ ମୁକାବିଲା କରୁଥିବାବେଳେ କଂଗ୍ରେସର ବରିଷ୍ଠ ନେତାମାନେ ଏହି ସମୟରେ ଜନସାଧାରଣଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଏଥିରୁ ବିରତ ରହିବାକୁ ନଡ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.