banner
Breaking

ୟୁଥ ଫର୍ ଆକ୍ସନ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ରକ୍ଷା ବନ୍ଧନ।

0

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ୟୁଥ୍ ଫର୍ ଆକ୍ସନ କାର୍ଯ୍ୟକର୍ତ୍ତା ଆଶିଷ କୁମାର ପାତ୍ର (ଜଗୁ) ଙ୍କ ନେତୃତ୍ଵରେ ଉତ୍ତର ଭୁବନେଶ୍ୱର ସାଂସଦ ପ୍ରତିନିଧି ଶ୍ରୀ ଦେବାଶିଷ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ୱାର୍ଡ଼ ନମ୍ୱର୍ ୧୪ ନୀଳାଦ୍ରି ବିହାର ଠାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ସାଂସଦ ୱାର୍ଡ଼ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ନାୟକ ଓ ସଦାନନ୍ଦ ନାୟକଙ୍କ ଉପସ୍ଥିତିରେ ଆମ ସମାଜର ନିରନ୍ତର ଭାବେ ସ୍ବଚ୍ଛତା ବ୍ୟବସ୍ଥା ଦେଖୁଥିବା ସଫେଇ ଭାଇ ଓ ଭଉଣୀ ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି।

ୟୁଥ ଫର ଆକ୍ସନ ବିଗତ ଦିନ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ବିଭିନ୍ନ ବସ୍ତିରେ ଛୋଟ ପିଲା ଙ୍କ ପାଠ୍ୟ ଉପକରଣ ଯୋଗାଇବା ସହ ବୃକ୍ଷ ରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ମାନ କରି ଆସିଛି।ଏହି କରୋନା ମହାମାରୀର ଦୁଃଖଦ ସମୟରେ ମାର୍ଚ୍ଚ ମାସ ଠାରୁ ସଂଗଠନ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବିଭିନ୍ନ ସ୍ଥାନ ରେ ଯୋଗାଇ ଆସୁଛି। ତତ୍ ସହିତ ପରିବାର ପୋଷଣ ନିମନ୍ତେ ଅସମର୍ଥ ପରିବାର ମାନଙ୍କୁ ଏକ ମାସର ଶୁଖିଲା ରୋଷେଇ ଦ୍ରବ୍ୟ ଯୋଗାଣ କରୁଛି ସଂଗଠନ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ନେତୃତ୍ବ ମାନଙ୍କ ସୁରଜ୍ କୁମାର ବେହେରା, ନିର୍ମଳ ପଣ୍ଡା, ଗୌତମ ନାୟକ, ହିମାଂଶୁ ମହାରଣା, ଜିତ୍, ସନ୍ଦୀପ କୁମାର ମହାନ୍ତି ଙ୍କ ସହ ଦେବାଶିଷ ଚମ୍ପତିରାୟ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ। ସାଂସଦଙ୍କ ଏହି ପ୍ରୟାସକୁ ଭୁବନେଶ୍ୱରର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିବା ପାଇଁ ଶ୍ରୀ ପାତ୍ର ଲକ୍ଷ୍ୟ ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.