banner
Breaking

ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ।

0

ଅନୁଗୋଳ , ୧୩।୪(ଓଡ଼ିଆ ନ୍ୟୁଜ)- ଅନୁଗୋଳ ଜିଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ରବିବାର ଭିଡିଓ କନ୍‌ଫରେନ୍ସ (ଭିସି) ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନାନା ପରାମର୍ଶ ଦେଇଥିଲେ। ପ୍ରଧାନ କହିଥିଲେ ଯେ, ସମସ୍ତ କାର୍ଯ୍ୟକର୍ତ୍ତା ନିଜ ଘର ପାଖରେ ଥିବା ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ। ସମସ୍ତେ ଘରେ ମାସ୍କ ତିଆରି କରି ପିନ୍ଧନ୍ତୁ ଓ ଆଖପାଖ ଅଞ୍ଚଳରେ ବଣ୍ଟନ କରନ୍ତୁ। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ପିଏମ୍‌ କେୟାର ଫଣ୍ଡକୁ ପରିବାର ପିଛା ଦାନ କରନ୍ତୁ। ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରବର୍ତ୍ତାନ୍ତୁ। ଲୋକମାନେ କିପରି ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରି କରୋନା ସମ୍ପର୍କରେ ସଚେତନ ହୋଇପାରିବେ ତାହା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେବାକୁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସଂଯୋଜନା କରିଥିଲେ। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରବି ନାରାୟଣ ପାଣି, ଭାଗୀରଥି ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରାଙ୍କ ସମେତ ତାଳଚେର ଓ କଣିହାଁ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟ ଏବଂ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.