banner
Breaking

ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାରେ କଡା ଜବାବ ରଖିଲା ବିଜେପି। ମନ୍ଦିରରେ କିଏ——-।

0

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ଏଭଳି ଘଟଣାରେ ଭାଜପା ଭଳି ବିଜେଡି ରାଜନୀତିକରଣରେ ବିଶ୍ୱାସ କରେ ନାହିଁ ବୋଲି ଶନିବାର ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ। ଏହାର ଜବାବ ରଖିଛନ୍ତି ଭାଜପା ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ଆମେ ରାଜନୀତିକରଣ କରୁନାହୁଁ। ବମିଖାଲ ବ୍ରିଜ୍‌ ଦୁର୍ଘଟଣା ବେଳେ ଏସ୍‌ଆର୍‌ସି ଯାଇ ନ ଥିଲେ ହେଲେ ବିମାନବନ୍ଦର ଅଘଟଣ ବେଳେ କାହିଁକି ଗଲେ। ସେତେବେଳର ପୂର୍ତ୍ତ ସଚିବଙ୍କୁ ଡାକି ନିର୍ବାଚନରେ ଟିକେଟ୍‌ ଦିଆଯାଇଛି। ଠିକାଦାର ଦିଲୀପ ଖଟୋଇଙ୍କୁ ବଞ୍ଚାଇବା ଲାଗ ସସ୍ମିତ ଏପରି କହୁଥାଇପାରନ୍ତି। ଦିଲୀପଙ୍କ ସହ କେଉଁ ଅଫିସର ଓ ନେତାଙ୍କ ସମ୍ପର୍କ ତାହା ସ୍ପଷ୍ଟ କରାଯାଉ। ଏପରିକି ରାଜ୍ୟ ସରକାର ତାଙ୍କୁ କେତୋଟି ନିର୍ମାଣ କାମ ଦେଇଛନ୍ତି ତାହା କୁହନ୍ତୁ ବୋଲି ସେ ପ୍ରତିକିୟା ରଖିଛନ୍ତି।

ପ୍ରକାଶ ଯେ, ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା ଦୁର୍ଭାଗ୍ୟଜନକ। ଏହାକୁ ଏଡ଼ାଯାଇ ପାରିଥାନ୍ତା। ଅଘଟଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଉଛୁ। ତାଙ୍କୁ କ୍ଷତିପୂରଣ ଦିଆଯାଉ। ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ଏଣୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେବେ ଅଘଟଣକୁ ବିଜେଡି ଭାଜପା ଭଳି ରାଜନୀତିକରଣ କରିବାରେ ବିଶ୍ୱାସ କରେନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.