banner
Breaking

ବିଧାନସଭା ବନ୍ଦ କରିବ ବିଜେପି। ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।

0

ଭୁବନେଶ୍ୱର,୨।୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରନ୍ତୁ। ନଚେତ ବିଧାନସଭା ଅଚଳ କରିଦିଆଯିବ। ଏଭଳି ଚେତାବନୀ ଦେଇଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। ଭାଜପା ଶୁକ୍ରବାର ସ୍ମିତାରାଣୀଙ୍କ ପରିବାରଲୋକଙ୍କୁ ଭେଟିବା ପରେ ଶନିବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ସେ ଏଭଳି ଉକ୍ତି ରଖିଛନ୍ତି ।

ସେ କହିଛନ୍ତି, ମହିଳା କମିଶନ ଘଟଣାସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ମୃତା ସ୍ମିତାରାଣୀଙ୍କ ପରିବାରଲୋକଙ୍କୁ ଭେଟିନାହାନ୍ତି। କେବଳ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ଜଣଙ୍କୁ ପୋଲିସ ଗିରଫ କରିନାହିଁ। ଅପରପକ୍ଷେ ସ୍ମିତାଙ୍କ ସ୍ବାମୀ ଏବଂ ଭାଇଙ୍କୁ ଘଣ୍ଟାଘଣ୍ଟା ଧରି ଜେରା କରାଯାଇଛି। ଯେଉଁ ସ୍କର୍ପିଓରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ତାହା ସିଲ କରାଯାଇନାହିଁ। ସେହିଭଳି ସିସିଟିଭି ଫୁଟେଜ୍‌ ମଧ୍ୟ ନାହିଁ। ଜିଲା ପୋଲିସ ଏବଂ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଯୋଗୁ ନ୍ୟାୟ ମିଳିବା ଅସମ୍ଭବ। ଏଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ଦିଆଯାଉ ବୋଲି ସେ କହିଛନ୍ତି। ଏଥିସହ ସ୍ମିତାଙ୍କ ପରିବାର ଭୟଭୀତ ଥିବାରୁ ସେମାନଙ୍କୁ ୨୪ଘଣ୍ଟିଆ ସୁରକ୍ଷା ଦିଆଯାଉ ବୋଲି ସେ ମଧ୍ୟ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.