banner
Breaking

ପାଟକୁରାରେ ବିଜେଡିର ବାଜିମାତ୍ , ୪ଟାରେ ବିଜୟ ଉତ୍ସବ

0

ପାଟକୁରା,(ଓଡ଼ିଆ ନ୍ୟୁଜ):ପାଟକୁରା ନିର୍ବାଚନରେ ୧୬୬୩୪ ଖଣ୍ଡ ଭୋଟରେ ଜିତିଲେ ସାବିତ୍ରୀ ଅଗ୍ରଓ୍ବାଲ । ଖାଲି ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନରଙ୍କ ଘୋଷଣା ବାକି ଅଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୪୨୭୬ ଖଣ୍ଡ ଭୋଟ ମିଳିଛି, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୬୭୪୦ ଖଣ୍ଡ ଭୋଟ ମିଳିଛି ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ୨୦୮୧ ଖଣ୍ଡ ଭୋଟ । ପାଟକୁରାରେ ବାଜିମାରିଲା ବିଜେଡି । ନବୀନଙ୍କ ଯାଦୁ ଆଗରେ ହାରିଗଲା ବିଜୟଙ୍କ ସ୍ୱାଭିମାନ । ବିଜୟଙ୍କୁ ବିଧାନସଭାରେ ପୁରାଇ ନଦେବାକୁ ନବୀନ ଯେଉଁ ପଣ କରିଥିଲେ ସେଥିରେ ସେ ସଫଳ ହେଲେ । ଯେଉଁ ବିଧାନସଭାରେ ଦିନେ ଉପମୁଖ୍ୟମନ୍ତ୍ରୀ ହେବାକୁ ବିଜୁବାବୁଙ୍କ ସହ କରିଥିବା ବିଶ୍ୱାସଘାତକତାର ପ୍ରତିଶୋଧ ନେଲେ ନବୀନ। ଦିନ ୪ଟା ବେଳେ ପାର୍ଟି ଅଫିସରେ ବିଜୟ ଉତ୍ସବ ମନାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.