banner
Breaking

କରୋନା ମୁକାବିଲାରେ ଓଡିଆ ବହୁ ଆଗରେ। ଆରମ୍ଭ ହେଲା ମେଗା ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ।

0

ଭୁବନେଶ୍ଵର,୯/୮(ଓଡ଼ିଆ ନ୍ୟୁଜ): ସାରା ବିଶ୍ବରେ କରୋନା ମହାମାରୀର ଭୟାବହତା ଜାରି ରହିଛି। ଏଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।କିନ୍ତୁ ସମସ୍ତଙ୍କ ଠାରୁ ସବୁ କ୍ଷେତ୍ରରେ ଆଗରେ ରହିଛି ଓଡିଶା। କରୋନା ମୁକାବିଲା ପାଇଁ ଦେଶ ବିଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। କାରଣ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ଓ ତୁରନ୍ତ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି।

ସେହିପରି ରାଜ୍ୟରେ ରକ୍ତ ଅଭାବ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବା ଲକ୍ଷ ନେଇଏହି ଅଭିଯାନ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବାସ ପର୍ଯ୍ୟନ୍ତ ଚାଲିବ ।
ଆଜି ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ ଉଦ୍‌ଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିରେ ସ୍ବେଚ୍ଛାକୃତ ଭାବେ ରକ୍ତଦାତାମାନେ ଉପସ୍ଥିତ ହୋଇ ରକ୍ତଦାନ କରିଛନ୍ତି।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସହ-ସଂଯୋଜକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାଠାରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଏବଂ ସହ-ସଂଯୋଜକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସପ୍ତାହ ବ୍ୟାପୀ ହେବାକୁଥିବା ଏହି ରକ୍ତଦାନ ଶିବିରର ପ୍ରଥମଦିନରେ ୨୯ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏବଂ ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ତେବେ ଏହି ରକ୍ତଦାନ ଶିବିର ଗୁଡିକରେ ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା,  ପ୍ରସନ୍ନ ଆଚାର୍ଯ୍ୟ, ଡଃ. ଅରୁଣ କୁମାର ସାହୁ, ପ୍ରତାପ ଜେନା,  ସୁଶାନ୍ତ ସିଂହ,  ଚନ୍ଦ୍ରଶେଖର ସାହୁ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ମଂଜୁଲତା ମଣ୍ଡଳ,  ନିରଂଜନ ପୂଜାରୀ, ରୋହିତ ପୂଜାରୀ, ବିକ୍ରମ ପଣ୍ଡା, ଶ୍ରୀମତୀ ଲତିକା ପ୍ରଧାନ,  ରବିନ୍ଦ୍ର ଜେନା,  ମହେଶ୍ୱର ମହାନ୍ତି,  ସଂଜୀବ ମଲ୍ଲିକ,  ମନୋହର ରନ୍ଧାରୀ,  ଦେବେଶ ଆଚାର୍ଯ୍ୟ,  ପ୍ରଭାତ ବିଶ୍ୱାଳ, ଶ୍ରୀମତୀ ଚନ୍ଦ୍ରାଣୀ ମୂର୍ମୁ,  ବଦ୍ରିନାରାୟଣ ପାତ୍ର,  ନଳିନୀ ପ୍ରଧାନ, ଡଃ. ରାସେଶ୍ୱରୀ ପାଣିଗ୍ରାହୀ,  ସିଦ୍ଧାର୍ଥ ଦାସ,  ପ୍ରକାଶ ମାଝୀ,  ରମେଶ ମାଝୀ,  ଜଗନ୍ନାଥ ସାରକା, ଶ୍ରୀମତୀ ମିନାକ୍ଷୀ ମହାନ୍ତି,  ଗୌରହରି ମିଶ୍ର,  ରଘୁରାମ ପୋଡ଼ାଲ,  ଈଶ୍ୱର ପାଣିଗ୍ରାହୀ,  ପ୍ରେମାନନ୍ଦ ନାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ସୁନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କରୋନା ମହାମାରୀର ଲକ୍‌ଡାଉନ୍ ପରିସ୍ଥିତିରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.