ବିଧାୟକ ସୁଶାନ୍ତ ରାଉତ କାହିଁକି ହେଲେ ସଭାପତି। ଜାଣନ୍ତୁ
ଭୁବନେଶ୍ବର,୨୦/୮(ଓଡ଼ିଆ ନ୍ୟୁଜ): ବିଜେଡି ରାଜନୀତିରେ ଖୁବ କମ୍ ଦିନରେ ନିଜର ଦକ୍ଷତା, ସେବାପଣିଆ ଓ ସ୍ନେହ ଏବଂ ଭଲପାଇବାରେ ଲୋକମାନଙ୍କର ଆପଣାର ହୋଇପାରି ଥିବାରୁ ସମସ୍ତଙ୍କର ଆଦରଣୀୟ ହୋଇଛନ୍ତି। ପ୍ରଥମଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ସୁଶାନ୍ତ କୁମାର ରାଉତଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ବର ସାଙ୍ଗଠନିକ ଜିଲାର ସଭାପତି ରୂପେ ଭୁବନେଶ୍ବର-ଉତ୍ତର ବିଧାୟକ ସୁଶାନ୍ତଙ୍କୁ ନିଯୁକ୍ତି ମିଳିଛି । ଅନୁରୂପ ଭାବରେ ବିରଞ୍ଚି ନାରାୟଣ ସୂପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି । ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅବସରରେ
ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହାର ପ୍ରତିକ୍ରିୟାରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।