banner
Breaking

ବିଜେଡିର ସଭ୍ୟ ସ°ଗ୍ରହ ସମୟ ସୀମା ବୃଦ୍ଧି।

0

ଭୁବନେଶ୍ୱର,୧।୧୧(ଓଡ଼ିଆ ନ୍ୟୁଜ) : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିଙ୍କ ବୈଠକରେ ସଭ୍ୟ ସ°ଗ୍ରହ ଅଭିଯାନକୁ ଆଉ ତିନି ସପ୍ତାହ ବୃଦ୍ଧି କରାଯାଇଛି। ଅକ୍ଟୋବର ୩୧ ସୁଧା ୪୧ ଲକ୍ଷ ନୂତନ ସଭ୍ୟ ହୋଇଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସଭ୍ୟ ସଂଗ୍ରହ ଏବଂ ଦଳର ଶୀର୍ଷ ନେତୃତ୍ୱ ଦ୍ୱାରା ସ୍ଥିରୀକୃତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଥିବା ଜିଲା ଏବଂ ନିର୍ବାଚନମଣ୍ଡଳୀକୁ ପ୍ରଶଂସା କରାଯାଇଥିଲା। ଅନୁରୂପ ଭାବେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ନ ଥିବା ଜିଲା ଓ ନିର୍ବାଚନମଣ୍ଡଳୀରେ ଥିବା ନେତୃବର୍ଗଙ୍କୁ ତାଗିଦ୍‌ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ ନ ହେଲେ ଦାୟିତ୍ୱରେ ଥିବା ନେତାମାନଙ୍କୁ ଅପସାରଣ କରାଯିବାର ପରୋକ୍ଷ ଚେତାବନୀ ମଧ୍ୟ ଦିଆଯାଇଛି। ବିଶେଷକରି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟାବଳୀକୁ ନଜରରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ୧୭ରୁ ୧୯ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ କାର୍ଯ୍ୟ, ସଭ୍ୟ ସଂଗ୍ରହ ଇତ୍ୟାଦିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିବା ଜଣାପଡ଼ିଛି। ସଭ୍ୟ ସଂଗ୍ରହରେ ଯୁବ, ମହିଳା ବର୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ନିକଟରେ ଦଳ ପକ୍ଷରୁ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଦଳକୁ ଆହୁରି ଲୋକଙ୍କ ନିକଟତର କରାଇବ ବୋଲି ମତ ପ୍ରକାଶ ପାଇଥିଲା। ଏହି ସାଙ୍ଗଠନିକ ବୈଠକରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅମର ଶତପଥୀ, ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ, ଚନ୍ଦ୍ରସାରଥି ବେହେରା, ବିଜୟ ନାୟକ, କିଶୋର ମହାନ୍ତି, ଲାଲ୍‌ବିହାରୀ ହିମିରିକା ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.