banner
Breaking

ଲୋକଙ୍କ ସେବାକର-ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ମଧ୍ୟରେ ବିଜେଡି ଜନସମ୍ପର୍କ ପଦଯାତ୍ରା।

0

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର (ଅକ୍ଟୋବର ୩୧)ରେ ଶେଷ ହେବ। ଏହି ଅବସରରେ ବୁଧବାର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନମ୍ବର ୱାର୍ଡରେ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ ଲୋକଙ୍କ ସେବା କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏହା ସହିତ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ସେ କହିଛନ୍ତି।

ବିଜୁ ବାବୁ କିଭଳି ଗରିବମାନଙ୍କୁ ଭଲ ପାଉଥିଲେ ସେ କଥା କହିଛନ୍ତି ନବୀନ। ସତ୍ୟନଗର ତୋଷାଳୀ ପ୍ଲାଜା ପଡିଆରେ ଏହି ଜନସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ପଦଯାତ୍ରାରେ ବିଜେଡି କର୍ମୀ, ନେତା, ବିଧାୟକ, ପୂର୍ବତନ କର୍ପୋରେଟରେ ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ବ୍ଲକ, ପଂଚାୟତ ଓ ଓ୍ଵାର୍ଡସ୍ତରରେ ଜନ ସଂପର୍କ ପଦଯାତ୍ରା କରାଯାଇ ନବୀନଙ୍କ ବିକାଶ ମୂଳକ କାମ ଲୋକଙ୍କ ପାଖରେ ପହଚାଂଇବାକୁ ଏହି ପଦଯାତ୍ରାର ଲକ୍ଷ୍ୟ ରଖାଯାଇଛି। ସେହିପରି ସେପଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଗୁରୁବାର ଶେଷ ହେବ। ଆସନ୍ତାକାଲି ଉତ୍ତର ଭୁବନେଶ୍ୱର ସାଲିଆସାହି ବାଜପେୟୀ ନଗର (ଜନତା ମଇଦାନ ସମ୍ମୁଖ)ଠରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଯାପିତ ହେବ।

Khansweb Solution Bhubaneswar

Leave A Reply

Your email address will not be published.