banner
Breaking

ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା

0

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି ଦଳ ଝାରସୁଗୁଡ଼ା ବିଧାନସଭା ଆସନର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପର୍ଯ୍ୟବେକ୍ଷକ ଭାବେ ୧୨ ଜଣଙ୍କୁ ନିଯୁକ୍ତି ଦେଇଛି ।

ଉପନିର୍ବାଚନ ଲାଗି ବ୍ଲକ ଓ ପୌର ପରିଷଦ ପର୍ଯ୍ୟବେକ୍ଷକ ଭାବେ ବିଜେଡି ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । କିରମିରା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ଟୁକୁନି ସାହୁ ନିଯୁକ୍ତ ହୋଇଥିବା ବେଳେ କୋଲାବିରା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ଦାୟିତ୍ୱି ଦିଆଯାଇଛି । ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଝାରସୁଗୁଡ଼ା ବ୍ଲକ ପର୍ଯ୍ୟବେକ୍ଷକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଲଇକେରା ବ୍ଲକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଝାରସୁଗୁ଼ଡ଼ା ପୌର ପରିଷଦ ଦାୟିତ୍ୱରେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂ ଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରୀତା ସାହୁ ରହିଛନ୍ତି ।

ଝାରସୁଗୁ଼ଡ଼ା ଉପନିର୍ବାଚନ ଲାଗି ଏପ୍ରିଲ୍ ୧୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ୍ ୨୦ ତାରିଖ ନାମାଙ୍କନର ଶେଷ ଦିନ ରହିଥିବା ବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ, ୨୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ମେ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଓ ବିଜେପି ଏଯାଏ କିଏ ପ୍ରାର୍ଥୀ ହେବ ସ୍ଥିର କରି ନାହାଁନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.