banner
Breaking

୧ ଓ ୨ ନମ୍ବର ଓ୍ବାର୍ଡରୁ ଉତ୍ତର ବିଜେଡିର ପ୍ରଚାର ଆରମ୍ଭ।

0

ଭୁବନେଶ୍ୱର : ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଛି ବିଜେଡିର ପ୍ରଚାର।ଏହି ନିର୍ବାଚନ ମଣ୍ଡଳୀର ୨୫ଟି ଓ୍ବାର୍ଡ ମଧ୍ୟରୁ ୧ ଓ ୨ ନମ୍ବର ଓ୍ବାର୍ଡ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏଠିକାର ଯୁବନେତା ମିହର କୁମାର ରାଉତ(ପପୁ) ଦୀର୍ଘ ଏକ ଦଶନ୍ଧି ଧରି ଲୋକମାନଙ୍କୁ ନିରବଚ୍ଛିନ ନିସ୍ବାର୍ଥପର ସେବା ଯୋଗାଇ ଆସିଛନ୍ତି। ସୁଖରେ ଦୁଖରେ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି।ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହ ବିଜୁ ଜନତା ଦଳର ଆଗଧାଡି କର୍ମୀ ଭାବରେ ଦଳବଳ ନେଇ ଠିଆହୋଇ ନିଜର ଦକ୍ଷତା ଦେଖାଇଛନ୍ତି। ଦବଦବା କର୍ପୋରେଟର ପ୍ରାର୍ଥୀ ଭାବରେ ସବୁବେଳେ ତାଙ୍କ ନାମ ଚର୍ଚ୍ଚାରେ ରହିଛି। ତେଣୁ ପ୍ରାର୍ଥିପତ୍ର ଦାଖଲ ପରେ ୧ ଓ ୨ ନମ୍ବର ୱାର୍ଡରୁ ବିଜେଡି ପ୍ରଥମ ପ୍ରଚାର ଆରମ୍ଭ କରିଛି।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଶାରି ବିହାର ଦୁର୍ଗାପୂଜା ମଣ୍ଡପରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଉଭୟ ୱାର୍ଡରୁ ହଜାରରୁ ଅଧିକ ମହିଳା ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଯୋଜନା କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ମିସନ ଶକ୍ତି ମାଧ୍ୟମରେ ସେମାନଙ୍କୁ ସ୍ବାବଲମ୍ବୀ କରାଯାଇଛି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟର ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଏମସିର ସମସ୍ତ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ। ଏଥିପାଇଁ ସମସ୍ତେ ଏକାଠି ହେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ। ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଯୋଗଦେଇ ଭୋଟ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ଯୋଜନା ଯେପରି ତୃଣମୂଳସ୍ତରର ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିବ ସେଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


୧ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ମିହିର କୁମାର ରାଉତ ଯୋଗଦେଇ କହିଲେ ବିକାଶହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ ସରକାରଙ୍କ ପ୍ରତିଟି ଯୋଜନାର ସୁଫଳ ଏଠାକାର ଲୋକେ ପାଇଛନ୍ତି । ରାସ୍ତା, ଆଲୋକୀକରଣ, ବସ୍ତିବାସିନ୍ଦାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ମା’ମାନଙ୍କ ଆଶୀର୍ବାଦରୁ ବିକାଶ ଆଗକୁ ବଢ଼ିଛି।

ଦୁଇ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀନୀ ମୋନାଲିସା ବେହେରା ଯୋଗଦେଇ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ୧ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ମମତା ରାଉତ, କଳାରାହାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.