banner
Breaking

ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ମେୟର

0

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ସୋମବାର ନାମାଙ୍କନର ଶେଷ ହୋଇଥିବାବେଳେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୪ରେ ଇଚ୍ଛୁକ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ତେବେ ଆଜିଠାରୁ ପ୍ରଚାର ମଇଦାନ ସରଗରମ ହୋଇଛି। ଭୁବନେଶ୍ୱର ମହାନଗର ନିଗରର ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନାମାଙ୍କନ ପତ୍ର ଦାଖଲ କରିବା ପରେ ମଙ୍ଗଳବାରରୁ ପ୍ରଚାର ଆରମ୍ଭ କରିଛନ୍ତି । ସୁଲୋଚନା ପ୍ରଚାର ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶିବାଦ ଲାଭ କରିଛନ୍ତି । ପରେ ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବିକାଶମୂଳକ କାମକୁ ଆଗକୁ ନେବୁ । ବିଜେଡି ବିପୁଳ ସଂଖ୍ୟା ବିଜୟ ଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.