banner
Breaking

ଆଜି ବିଜେଡି ପ୍ରତିଷ୍ଠା ଦିଵସ

0

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରବିବାର ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ବିଜେଡି କାର୍ଯ୍ୟାଳୟ ଠାରେ ୧୦.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏଥି ସହିତ ରାଜ୍ୟର ଜିଲ୍ଲା, ବ୍ଲକ୍‌ ଏବଂ ସହରାଞ୍ଚଳରେ ମଧ୍ୟ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗ ଦେବେ । କୋଭିଡ୍‌ ନିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଭୁବନେଶ୍ୱରରୁ ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରିବେ ।
ଏଥିପାଇଁ ଦଳୀୟ ସଦସ୍ୟମାନଙ୍କୁ ବିଜେଡି ସଭାପତି ଅଭିନନ୍ଦନ ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ଏହା ପୂର୍ବରୁ ୨୦ ତାରିଖରେ ସଭାପତି ଦଳୀୟ କର୍ମୀ, ନେତା ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ। ବିଜେଡି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖିବା ସହ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରତିଷ୍ଠା ଦିବସରୁ ହିଁ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ଦଳ ରାଜ୍ୟବାସୀଙ୍କ ପାଖକୁ ଯିବ । ଲୋକଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହ ଜନସେବାରେ ପୂର୍ଣ୍ଣପ୍ରାଣରେ ସମର୍ପିତ ହେବା ନେଇ ଦଳର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ପ୍ରତିଷ୍ଠା ଦିବସରେ ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ କରାଯିବ। ଗାଁ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ କର୍ମୀମାନେ ଘରକୁ ଘର ଯାଇ ବୁଝାଇବେ।

Khansweb Solution Bhubaneswar

Leave A Reply

Your email address will not be published.