banner
Breaking

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଵିଜେଡିର ବିଶାଳ ରାଲି

0

ଭୁବନେଶ୍ୱର,୯।୧୨(ବ୍ୟୁରୋ): ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବିଜେଡି ପକ୍ଷରୁ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯାଇଛି । ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ ଶୋଭାଯାତ୍ରା ହୋଇଛି। କେବଳ ଏତିକି ନୁହେଁ ଦରବୃଦ୍ଧି ସହିତ ବେକାରୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛି ବିଜେଡି। ଏହି ଶୋଭାଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ଛାତ୍ର ଓ ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷେ ବିଜେଡିର ମହା ସମାବେଶ ଆୟୋଜନ କରାଯାଇଛି। ଏଥିରେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ଶହ ଶହ ଛାତ୍ର ଯୁବକ ଓ ମହିଳା ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିର ସମାଲୋଚନା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.