banner
Breaking

କେନ୍ଦ୍ର ସରକାର ଉପରେ ବର୍ଷିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଉତ୍ତର ବିଜେଡିର ଆନ୍ଦୋଳନ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ଅହେତୁକ ଦରଦାମ ବୃଦ୍ଧି ଯଥା, ( ରନ୍ଧନ ଗ୍ୟାସ ) ବିରୁଦ୍ଧରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ
ଚନ୍ଦ୍ରଶେଖରପୁର ସ୍ଥିତ ଆଇଓସିଏଲ ଅଫିସ ସମ୍ମୁଖରେ ହଜାର ହଜାର କର୍ମୀଙ୍କୁ ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ହୋଇଥିବା ଏହି ପ୍ରତିବାଦ ସଭାରେ କେନ୍ଦ୍ରର ବୈମାତୃକ ମନୋଭାବ ଓ ଦରଦାମ ବୃଦ୍ଧିକୁ ସର୍ବସାଧାରଣରେ ନିନ୍ଦା କରାଯାଇଥୁଲା । ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ଗ୍ୟାସ ଦରବୃଦ୍ଧି ହ୍ରାସ ନ କରନ୍ତି ତେବେ ଏ ଆନ୍ଦୋଳନ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ବିଧାୟକ ନିଜ ଅଭିଭାଷଣରେ କହିଥିଲେ।

ଯଦି ଗ୍ୟାସର ଦର ହ୍ରାସ ନ ଘଟେ ତେବେ କେନ୍ଦ୍ରସରକାରଙ୍କର ପ୍ରତ୍ୟକ ସଂସ୍ଥାକୁ ଏଠାରେ ଅଚଳ କରିଦିଆଯିବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର ନିଜ ଅଭିଭାଷଣ ରଖିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ବରିଷ୍ଠ
ନେତା ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ , କୁନବିହାରୀ ଦାସ, ଦିଲ୍ଲୀପ ଦାସ ଶର୍ମା , ସୁମିତ୍ରା ଜେନା, ଗୀତା ବସ୍ତିଆ, ସୂର୍ଯ୍ୟକାନ୍ତି ଜେନା ,ଭାରତୀ ସିଂ , ପ୍ରୀତିନନ୍ଦା ରାଉତରାୟ , ମୋନାଲିଶା ସାହୁ ,

ମିହିର ରାଉତ , ନିର୍ମଳ ରାଉତ , ସଞ୍ଜୟ ସେଠୀ, ପ୍ରେମାନନ୍ଦ ଜେନା, ହରେକୃଷ୍ଣ ନାୟକ, ବାସନ୍ତୀ ସିଂ , ଝୁନୁବାଳା ଦେଇ , ପ୍ରଣତି ନାୟକ, ରଶ୍ମିତା ମହାନ୍ତି ,

ସୁସ୍ମିତା ଦାସ , ସ୍ବର୍ଣପ୍ରଭା ରାୟ, ଜ୍ୟୋସ୍ନାରାଣୀ ରାଉତରାୟ , ମାନସୀ ସୁନ୍ଦରାୟ , ସୌଭାଗ୍ୟ ବାରିକ, ଦେବୀପ୍ରସାଦ
ମଲ୍ଲିକ, ସରପଂଚ ବୀରେନ୍ଦ୍ର ଜେନା, ସମିତି ସଭ୍ୟ ଝୁନାରାଣୀ ରାଉତ, ଛାତ୍ର ସଭାପତି ସୁବାସ ସାହୁ, ସନ୍ତୋଷ ନାଥ
, ପ୍ରକାଶ ତ୍ରିପାଠୀ, ପ୍ରସନ୍ନ ସାହୁ, ମାନସ ଦାସ, ସ୍ବାକ୍ଷର ମହାନ୍ତି , ବନ୍ଦନା କର, ପଦ୍ମାଳୟା ମହାନ୍ତି , ପୁଷ୍ପା ପାଣି, ଇତିଶ୍ରୀ
ଜେନା, ଭୋଳାନାଥ ମହାରଣା, ଆଦିକନ୍ଦ ରାଉତ , ରମେଶ ସାହୁ , ରାଜେନ୍ଦ୍ର ସ୍ବାଇଁ, ଅରୁଣ ସେନାପତି, ମାଧବ ଚନ୍ଦ୍ର
ରାଉତ , ଲଛମନ ରାଉତ , ଆଲୋକ ପାଣିଗ୍ରାହୀଙ୍କ ସହିତ ବିଭିନ୍ନ ୱାର୍ଡ ଓ ଫଚାୟତ ରୁ ଆସିଥିବା ବରିଷ୍ଠ ନେତୁ
ମଣ୍ଡଳୀ ଏବଂ ଏସ ଏଚ ଜି ର ମା ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଗରିବ ମାରଣ ନୀତିକୁ ଦୃଢ ଭାବେ
ନିନ୍ଦା କରିଥିଲେ । ଯେ ପର୍ଯ୍ୟନ୍ତ ଗ୍ୟାସ ଦର ହ୍ରାସ ନ ଘଟିଛି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତାର ଆନ୍ଦୋଳନ ଜାରି
ରଖୁବା ବୋଲି ନିଷ୍ପତି ନିଆଯାଇଛି । ଆଜିର ଏହି ଆନ୍ଦୋଳନରେ ସ୍ୱତଃ ପ୍ରବୃତ ଭାବେ ବିଭିନ୍ନ ୱାର୍ଡରୁ ଯୁବକ, ଛାତ୍ର ଓ
ମହିଳା ଯୋଗ ଦେଇ ଆନ୍ଦୋଳନଟିକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଧାୟକଙ୍କ ନେତୃତ୍ବରେ ବିଜୁ ଜନତା
ଦଳର ଏକ ପ୍ରତିନିଧ୍ବ ମଣ୍ଡଳୀ ବିଡ଼ିଓଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.